ରାଉରକେଲାରେ ଏକ ହୋଟେଲର ନାଁ ଅପନା ହୋଟେଲ। ଅପନା ବ୍ୟାଙ୍କ ବି ଅଛି । ହିନ୍ଦୀରେ ଏକ କମେଡି ଫିଲ୍ମର ନାଁ ଅପ୍ନା ସପ୍ନା ମନି ମନି । ସେମିତି ବିଜୁ ଜନତା ଦଳର ବୋଲି ନିଜସ୍ୱ ବୋଇଲେ ଅପ୍ନା ହସ୍ପିଟାଲ ବି ଅଛି । ସେଇଟା ଆପୋଲୋ ହସ୍ପିଟାଲ । ନବୀନ ବାବୁଙ୍କ ସମୟରେ ବିଶ୍ୱସ୍ତରୀୟ ହସ୍ପିଟାଲ କଟକରେ ନିର୍ମାଣ କରାଗଲା । କ୍ୟାପିଟାଲ ହସ୍ପିଟାଲକୁ ବି ବିଶ୍ୱ ସ୍ତରର ଟିକେ ତଳେ ରଖାଗଲା । କିନ୍ତୁ ବିଜେଡି ନେତାମାନଙ୍କ ପ୍ରଥମ ପସନ୍ଦ ଆପୋଲୋ ।
ବୁଧବାର ଦିନ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାର ପ୍ରତିବାଦ କରି ବିଜୁ ଜନତା ଦଳ ଲୋକସେବା ଭବନ ଘେରାଉ କଲା । ପୁଲିସ ସହ ଧସ୍ତାଧସ୍ତି ହେଲା । କିଛି ବଡ଼ ନେତା ଓ ସହାୟକ କର୍ମୀମାନେ ଆହତ ହେଲେ। ସମସ୍ତେ ତୁରନ୍ତ ଚାଲିଲେ ଆପୋଲୋ । ଅଳ୍ପ ଆଘାତ ହେଉ କି ବେଶୀ । ଏମିତି କାହିଁକି ? ଆପୋଲୋ ସହ ବିଜେଡିର ପ୍ୟାର ମୋହବତ୍ ଟିକେ ଅଲଗା ।
୨୦୨୩ ଜାନୁଆରୀ ୨୯ରେ ତତ୍କାଳୀନ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଦିନୁଟାରେ ସମସ୍ତଙ୍କ ସାମ୍ନାରେ ଗୁଳି କରି ହତ୍ୟା କରାଗଲା । ସେଇଠି ତାଙ୍କର ଜୀବନ ଯାଇଥିଲା । କିନ୍ତୁ ଏକ ମୃତଦେହକୁ ଜୀବନ୍ତ ବୋଲି କହି ଝାରସୁଗୁଡ଼ାରୁ ଅଣାଗଲା ଆପୋଲୋ । କେଉଁ ଡାକ୍ତର ଆପୋଲୋ ନେବାପାଇଁ ସୁପାରିସ କରିଥିଲେ ତାହା ବି ସନ୍ଦେହ ଘେରରେ । ବଡ଼ ଡାକ୍ତରଖାନାକୁ ନ ନେଇ ଆପୋଲୋକୁ ନିଆଗଲା କାହିଁକି ? ଜଣେ ଆହତ ବ୍ୟକ୍ତିଙ୍କୁ ସେତେବେଳର ମୁଖ୍ୟମନ୍ତ୍ରୀ ଯେମିତି ଜୁହାର ହେଲେ ସେଇଠୁ ଜଣାପଡ଼ି ଯାଉଥିଲା ଯେ କାମ ଖତମ । କିନ୍ତୁ ଆପୋଲୋର ଡାକ୍ତରମାନେ ଝାଳନାଳ ହୋଇ ପରିଶ୍ରମ ପରେ ଘୋଷଣା କରାଗଲା ଯେ ନବଙ୍କ ଦେହାନ୍ତ ହୋଇଛି ।
ନବ ଯେଉଁ ପୋଷାକ ପିନ୍ଧିଥିଲେ , ତାକୁ କୁଆଡ଼େ ଆପୋଲୋ ଡାକ୍ତରମାନେ ପୋଡ଼ି ପକାଇଲେ। ପ୍ରମାଣ ରହିଲେ ସିନା ଅଡ଼ୁଆ ! ନିର୍ବାଚନ ଆଗରୁ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଦୁର୍ଘଟଣାରେ ଆହତ ହୋଇଥିଲେ । ସେତେବେଳେ ନବୀନ ସରକାର । ତୁରନ୍ତ ତାଙ୍କୁ ଏୟାର ଲିଫ୍ଟ କରି ଅଣାଗଲା ଆପୋଲୋ । ପ୍ରାୟ ସବୁ ବିଜେଡି ନେତାମାନେ ଗୁରୁତର ଅବସ୍ଥା ହେଲେ ସେମାନଙ୍କୁ ଭର୍ତ୍ତି କରାଯାଏ ଆପୋଲୋରେ । ଏବେ ଅପ୍ନା ହସ୍ପିଟାଲ କଥାଟି ବୁଝି ହେଉଥବ ।
ALSO READ https://purvapaksa.com/people-are-laughing-at-the-bjds-crocodile-cry/
People are laughing at the BJD’s crocodile cry! ।। ବିଜେଡ଼ିର କୁମ୍ଭୀର କାନ୍ଦଣା ଦେଖି ହସୁଛନ୍ତି ଲୋକେ !
