ବିଜେଡିର ‘ଡେଥ୍ ୱାରେଣ୍ଟ’ ଏ କଥା କହିବାର ଅନେକ କାରଣ ରହିଛି । ରାଜ୍ୟର ଦୀର୍ଘ ଦିନର ଅଖଣ୍ଡ କ୍ଷମତାକୁ ଉପଭୋଗ କଲା ପରେ ଦଳକୁ ନିଜ ଅକ୍ତିଆରକୁ ନେବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଇ ସାରିଛି । ଏଥର ଖେଳ ରାଜ୍ୟ ରାଜଧାନୀରେ ନୁହେଁ ସିଧା ଦେଶର ରାଜଧାନୀରେ ହେବାକୁ ଯାଉଛି । ଦଳ ନବୀନଙ୍କର କିନ୍ତୁ ମାଲିକ ରହିବେ ପାଣ୍ଡିଆନ । ମନରେ ପ୍ରଶ୍ନ ଆସୁଥିବ କେମିତି?
ପ୍ରସଙ୍ଗ ହେଉଛି ଦଲ୍ଲୀରେ ଗଠନ ହୋଇଥିବା ଟ୍ରଷ୍ଟ । ଯେଉଁ ଟ୍ରଷ୍ଟର ଲାଇଫଟାଇମ ସର୍ବେସର୍ବା ହେଉଛନ୍ତି ଭିକେ ପାଣ୍ଡିଆନ । ଅର୍ଥାତ ସିଧା ସିଧା କହିବାକୁ ଗଲେ ମାଲିକ ହେଉଛନ୍ତି ରାଜ୍ୟ ଜ୍ୱାଇଁ ପୁଅ । ବିଜୁ ନବୀନ ଇନ୍ସପାରେସନ ଟ୍ରଷ୍ଟର କିଛି ପ୍ରମୁଖ କ୍ଲଜ, ଯେଉଁଥି ପାଇଁ ଚର୍ଚ୍ଚା ହେଉଛି କି ପାଣ୍ଡିଆନଙ୍କ ହିଁ ନବୀନଙ୍କର ଉତ୍ତରାଧିକାରୀ ।
କ୍ଲଜ୍ ନମ୍ବର ୩ ପଏଣ୍ଟ ୩ ଉପରେ,
ଏହି ସର୍ତ୍ତ ଅନୁସାରେ, ଭି.କେ. ପାଣ୍ଡିଆନଙ୍କୁ ଟ୍ରଷ୍ଟର ‘ଲାଇଫ୍ ଟାଇମ୍ ଚେୟାରମ୍ୟାନ’ ବା ଆଜୀବନ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି। ନବୀନ ପଟ୍ଟନାୟକ ପ୍ରତିଷ୍ଠାତା ସଦସ୍ୟ ହୋଇଥିଲେ ମଧ୍ୟ, ଦୈନନ୍ଦିନ କାର୍ୟ୍ୟକଳାପ, ନିଷ୍ପତ୍ତି ଗ୍ରହଣ ଏବଂ ପାଣ୍ଠି ପରିଚାଳନାରେ ପାଣ୍ଡିଆନଙ୍କ ସ୍ଥାନ ସର୍ବୋପରି। ଏହା ସ୍ପଷ୍ଟ କରୁଛି ଯେ, ନବୀନଙ୍କ ପରେ ଦଳ କିମ୍ବା ଏହି ସମ୍ପତ୍ତିର କୌଣସି ଗଣତାନ୍ତ୍ରିକ ଉତ୍ତରାଧିକାରୀ ରହିବେ ନାହିଁ।
ସହିପରି କ୍ଲଜ୍ ନମ୍ବର ୬.୨.୫,
ଏହି କ୍ଲଜ୍ ହେଉଛି ଗଣତନ୍ତ୍ରର ହତ୍ୟା। ଯଦି ଟ୍ରଷ୍ଟର କୌଣସି ନିଷ୍ପତ୍ତିରେ ସଦସ୍ୟଙ୍କ ମଧ୍ୟରେ ସମାନ ମତ ରହେ, ତେବେ ପାଣ୍ଡିଆନଙ୍କ ପାଖରେ ‘କାଷ୍ଟିଂ ଭୋଟ୍’ ରହିବ। ଅର୍ଥାତ୍, ସେ ଯାହା ଚାହିଁବେ ତାହା ହିଁ ଚୂଡ଼ାନ୍ତ ନିଷ୍ପତ୍ତି ହେବ। ଏହି ଭେଟୋ କ୍ଷମତା ତାଙ୍କୁ ଜଣେ ଅଘୋଷିତ ସମ୍ରାଟ ଭାବେ ଛିଡ଼ା କରୁଛି।
କ୍ଲଜ୍-୭.୧: ଟ୍ରଷ୍ଟ ନିଜ ନାମରେ ସମ୍ପତ୍ତି କିଣିବା,
ବିକ୍ରି କରିବା ଏବଂ ବନ୍ଧକ ରଖିବାର ସମ୍ପୂର୍ଣ୍ଣ ଅଧିକାର ରଖିଛି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ଶଙ୍ଖ ଭବନଠାରୁ ଆରମ୍ଭ କରି ବିଜେଡିର ବିଭିନ୍ନ ପାଣ୍ଠିକୁ ଏହି ଟ୍ରଷ୍ଟ ମାଧ୍ୟମରେ ‘ଲଣ୍ଡରିଂ’ କରାଯାଇ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ କବ୍ଜାକୁ ନିଆଯାଉଛି।
କ୍ଲଜ୍-୧୨: ଏହା ହେଉଛି ସବୁଠୁ ଚମକାଇଲା ଭଳି ତଥ୍ୟ।
ଥରେ ସମ୍ପତ୍ତି ଏହି ଟ୍ରଷ୍ଟକୁ ହସ୍ତାନ୍ତର ହୋଇଗଲେ, ନବୀନ ପଟ୍ଟନାୟକ ନିଜେ ଚାହିଁଲେ ମଧ୍ୟ ଏହାକୁ ଫେରାଇ ଆଣିପାରିବେ ନାହିଁ କିମ୍ବା ଟ୍ରଷ୍ଟକୁ ଭାଙ୍ଗିପାରିବେ ନାହିଁ। ଏହା ଏକ ଏମିତି ‘ଡେଡ୍-ଲକ୍’ ଯାହା ବିଜେଡିର ଆଗାମୀ ପିଢ଼ିକୁ ଭିକାରୀ କରିଦେବ।
କ୍ଲଜ୍-୮:
ଏହି ସର୍ତ୍ତ ଅନୁସାରେ ନବୀନଙ୍କ ପରିବାରର କୌଣସି ସଦସ୍ୟ (ଯେମିତି କି ଅରୁଣ ପଟ୍ଟନାୟକ) କିମ୍ବା ବିଜେଡିର କୌଣସି ବରିଷ୍ଠ ନେତା ଏହି ସମ୍ପତ୍ତି ଉପରେ କୌଣସି ଦାବି କରିପାରିବେ ନାହିଁ। ଏହି କ୍ଲଜ୍ ମାଧ୍ୟମରେ ପାଣ୍ଡିଆନ ନିଜକୁ ଏକ ‘ଅପରାଜେୟ ଦୁର୍ଗ’ ଭିତରେ ସୁରକ୍ଷିତ କରିଦେଇଛନ୍ତି।
ଦଲିଲ୍ର ତଥ୍ୟକୁ ନେଇ ବିଜେଡିର ଭିତର ମହଲରେ ନିଆଁ ଲାଗିଯାଇଛି। ଯେଉଁ ନେତାମାନେ ବର୍ଷ ବର୍ଷ ଧରି ବିଜୁ ବାବୁଙ୍କ ଛାୟାରେ ବଢ଼ିଛନ୍ତି, ସେମାନେ ଏହି ‘ଅଣ-ଓଡ଼ିଆ’ ନିୟନ୍ତ୍ରଣକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଏବଂ ପ୍ରଭାତ ତ୍ରିପାଠୀଙ୍କ ଭଳି ତୁଙ୍ଗ ନେତାମାନେ ଏକାଠି ହୋଇ ‘ଅପରେସନ୍ ରିଫର୍ମ’ ଆରମ୍ଭ କରିଛନ୍ତି।
ବାପାଙ୍କ ସମ୍ମାନ ଓ ପୁଅଙ୍କ ବିଦ୍ରୋହ ବରିଷ୍ଠ ନେତାମାନେ ଏବେ ଦଳର ବିଧାୟକ ଓ ଜିଲ୍ଲା ସଭାପତିମାନଙ୍କ ସହ ଯୋଗାଯୋଗ କରୁଛନ୍ତି। ସେମାନଙ୍କର ଯୁକ୍ତି ହେଉଛି— ବିଜେଡି କୌଣସି ଜଣେ ବ୍ୟକ୍ତିଙ୍କ ଘରୋଇ ସମ୍ପତ୍ତି ନୁହେଁ। ଅଂଶୁମାନ ମହାନ୍ତି ଓ ସୌଭିକ ବିଶ୍ୱାଳଙ୍କ ଭଳି ଯୁବ ନେତାମାନଙ୍କୁ ସକ୍ରିୟ କରି ‘ଓଡ଼ିଆ ରକ୍ତ’ର ପରିଚୟ ଦେବା ପାଇଁ ପ୍ରୟାସ ଚାଲିଛି।
ପ୍ରଭାତ ତ୍ରିପାଠୀଙ୍କ ଭଳି ନେତାମାନେ ପ୍ରଶ୍ନ ଉଠାଇଛନ୍ତି ଯେ, ଦଳର ସଦସ୍ୟତା ଚାନ୍ଦା ଓ କର୍ମୀଙ୍କ ପରିଶ୍ରମର ଟଙ୍କା କିପରି ଏକ ଘରୋଇ ଟ୍ରଷ୍ଟକୁ ଗଲା? ଯଦି ଏହି ଟ୍ରଷ୍ଟରେ ଦଳର ପାଣ୍ଠି ବ୍ୟବହାର ହୋଇଥାଏ, ତେବେ ଏହା ଏକ ସାଂଘାତିକ ଆର୍ଥିକ ଅପରାଧ ଏଥିପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିବା ପାଇଁ ବରିଷ୍ଠ ଓକିଲଙ୍କ ସହ ଆଲୋଚନା ସରିଛି।
କେନ୍ଦ୍ରାପଡ଼ାରୁ କେନ୍ଦୁଝର ପର୍ୟ୍ୟନ୍ତ ନିଆଁ ପୁରୁଣା ନେତାମାନେ ‘ବିଜୁ ଅନୁଗାମୀ’ ସମ୍ମିଳନୀ ମାଧ୍ୟମରେ ଗାଁ ଗାଁରେ କର୍ମୀଙ୍କୁ ବୁଝାଉଛନ୍ତି ଯେ, କିପରି ନବୀନ ବାବୁଙ୍କ ଆଢୁଆଳରେ ଓଡ଼ିଶାର ସମ୍ପତ୍ତିକୁ ଲୁଟ୍ କରାଯାଉଛି। ‘ବାପାଙ୍କ ସମ୍ମାନ ରକ୍ଷା’ ସ୍ଲୋଗାନ ଦେଇ ବିଜେଡିର ଏକ ସମାନ୍ତରାଳ ସଂଗଠନ ଠିଆ କରିବାକୁ ପ୍ରସ୍ତୁତି ଚାଲିଛି।
ଓଡ଼ିଶା ରାଜନୀତି ଏବେ ଏକ ବଡ଼ ବିସ୍ଫୋରଣ ଆଡ଼କୁ ଗତି କରୁଛି। ଗୋଟିଏ ପଟେ ପାଣ୍ଡିଆନଙ୍କ ଚତୁରତା ଏବଂ ନବୀନଙ୍କ ଅନ୍ଧବିଶ୍ୱାସ, ଅନ୍ୟପଟେ ଦଳର ସ୍ୱାଭିମାନ ରକ୍ଷା ପାଇଁ ପୁରୁଣା ନେତାଙ୍କ ଶେଷ ଯୁଦ୍ଧ। ଯଦି ଏହି ୨୩ ପୃଷ୍ଠାର ଦଲିଲ୍କୁ କୋର୍ଟ କିମ୍ବା ଜନତାଙ୍କ ଅଦାଲତରେ ରୋକା ନଯାଏ, ତେବେ ‘ବିଜୁ ଜନତା ଦଳ’ କେବଳ ଏକ ନାମ ହୋଇ ରହିଯିବ, କିନ୍ତୁ ଏହାର ରିମୋଟ୍ କଣ୍ଟ୍ରୋଲ୍ ସବୁଦିନ ପାଇଁ ପାଣ୍ଡିଆନଙ୍କ ପାଖରେ ରହିବ।
ଯେଉଁ ନବୀନ ପଟ୍ଟନାୟକ ‘ସାଢ଼େ ଚାରି କୋଟି ଓଡ଼ିଆ ମୋ ପରିବାର’ ବୋଲି କହୁଥିଲେ, ସେ ନିଜ ପରିବାରର ସମ୍ପତ୍ତିକୁ ଜଣେ ଅଣ-ଓଡ଼ିଆ ସଚିବଙ୍କ ନାମରେ କାହିଁକି ଲେଖିଦେଲେ? ଏହା କ’ଣ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା ନୁହେଁ?
AlsoRead; https://purvapaksa.com/strict-action-against-fraudulent-loan-apps/
ଠକ ଋଣ ଆପ୍ ବିରୁଦ୍ଧରେ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ || Strict action against fraudulent loan apps


