ଗତ କାଲି ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଶାସକ ବିଜେପି ଦଳର ସମର୍ଥକମାନେ ମାଡ଼ ମାରିବା ଘଟଣା ପରେ ବିରୋଧି ବଜୁ ଜନତା ଦଳକୁ ସୁଯୋଗ ମିଳିଯାଇଛି । ବିଜେପିକୁ ସମାଲୋଚନା କରିବା ପାଇଁ ବିଜୁ ଜନତା ଦଳର ବିଧାୟକ ମେୟର ଓ ବରିଷ୍ଠ ନେତାମାନେ ଅଣ୍ଟା ଭିଡ଼ି ବାହାରି ପଡ଼ିଛନ୍ତି । କିନ୍ତୁ ବିଜୁ ଜନତା ଦଳର ଏଭଳି ରାଜନୈତିକ ପଦକ୍ଷପକୁ ସାଧାରଣାରେ ନା ପସନ୍ଦ କରାଯାଉଛି ।
ଶାସନରେ ଥିବା ବେଳେ ବିଜୁ ଜନତା ଦଳର କର୍ମୀମାନେ ଅତୀତରେ ଅନେକ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରି ନିନ୍ଦିତ ହୋଇଛନ୍ତି । ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓଙ୍କୁ ୨୦୧୯ ନିର୍ବାଚନରେ ପରାଜିତ କରିଥିବା ବିଜେଡି ବିଧାୟକ ସରୋଜ ମେହେର ସେତେବେଳେ ପିଡବ୍ଲ୍ୟୁଡି ଜୟକାନ୍ତ ସବରଙ୍କୁ ନିମ୍ନମାନର କାମ ପାଇଁ ବସ ଉଠ କରାଇବା ସହ ମାଡ଼ ମାରିଥିଲେ । ଏହି ଘଟଣାକୁ ନେଇ ବିରୋଧ ହେବାରୁ ସରୋଜଙ୍କୁ ଗିରଫ କରି ଜେଲ ପଠାଯାଇଥିଲା ।
ଅନ୍ୟ ଏକ ଘଟଣାରେ ବିଏମସିରେ କାର୍ଯ୍ୟରତ ଥିବା ଆର୍ମୀର ଜଣେ ପୂର୍ବତନ ଯବାନ ସଞ୍ଜୟ କୁମାର ସ୍ୱାଇଁଙ୍କୁ ୪୪ ନମ୍ବର ୱାର୍ଡର କର୍ପୋରେଟର ଅଜିତ ବେହେରା ମାଡ଼ମାରି ଲହୁ ଲୁହାଣ କରିଥିଲେ । ଏହାକୁ ନେଇ ସେତେବେଳେ ଏକ୍ସ ଆର୍ମୀମାନଙ୍କ ପକ୍ଷରୁ ବିରୋଧ ମଧ୍ୟ କରାଯାଇଥିଲା । କିନ୍ତୁ ଏହି ଘଟଣା ଉପରେ ବିଏମସି ମେୟର ସୁଲୋଚନା ଦାସ । ବିଜେଡ଼ି ବିଧାୟକ ଅନନ୍ତ ନାରାୟଣ ଜେନା କିମ୍ବା ବିଜେଡ଼ିର ଅନ୍ୟ କୈାଣସି ନେତା ମୁହଁ ଖୋଲି ନଥିଲେ ।
ଗତକାଲିର ଘଟଣାକୁ ନେଇ ବିଜେଡ଼ି ଯେପରି ବିଜେପି ଉପରେ ଆକ୍ରମଣାତ୍ମକ ହୋଇଉଠିଛି ତାହାକୁ ରାଜନିତୀକ ମହଲରେ ନା ପସନ୍ଦ କରାଯାଉଛି । କେହି କେହି କହୁଛନ୍ତି ଗୋଦରି ଲୋ ତୋ ଗୋଡ଼କୁ ଟିକେ ଅନା ।
ALSO READ https://purvapaksa.com/prithviraj-harichandan-does-not-consider-mohan-as-a-leader/
