ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଦୁଇଟି ସମାଜିକ ଗଣମାଧ୍ୟମ ପୋଷ୍ଟ ଏବେ ଦଳକୁ ଅଡ଼ୁଆରେ ପକାଇ ଦେଇଛି । ସେ କାହାରି ନାମ ନ ନେଇ ବିଭିନ୍ନ ଉଦାହରଣ ଦେଇ ଧ୍ରୁତରାଷ୍ଟ୍ର ଓ ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ ଲେଖିଥିଲେ। ସେ ନବୀନ ପଟ୍ଟନାୟକ ଓ ଭି କେ ପାଣ୍ଡିଆନଙ୍କୁ ଇଙ୍ଗିତ କରି ଏହା ଲେଖୁଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲେ ବି ଶ୍ରୀମୟୀ ମୁହଁ ଖୋଲୁନାହାନ୍ତି। ତେବେ ଶ୍ରୀମୟୀଙ୍କ ପୋଷ୍ଟରେ କାହାରି ନାମ ଉଲ୍ଲେଖ ନ ଥିବାରୁ ଦଳ ଦ୍ବନ୍ଦ୍ବରେ ପଡ଼ିଯାଇଛି। ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆ ପୂର୍ବରୁ କହିଥିଲେ, ଶ୍ରୀମୟୀ ମିଶ୍ର ଆମ ସହ ଅଛନ୍ତି। ସେ ବିଜେପିକୁ ଲକ୍ଷ୍ୟ କରି ଏପରି ପୋଷ୍ଟ୍ କରୁଛନ୍ତି। ସେ ବିଜେଡି ବିଷୟରେ କିଛି କହୁ ନାହାନ୍ତି। ଶ୍ରୀମୟୀଙ୍କ ପୋଷ୍ଟ୍ ଆଦୌ ଅସନ୍ତୋଷର ପ୍ରତିଫଳନ ନୁହେଁ ବୋଲି ଉଭୟ ସ୍ପଷ୍ଟ ଭାବେ ଜଣାଇଥିଲେ। କିନ୍ତୁ ଆଜି ହଠାତ ବିଜେଡି ୟୁ-ଟର୍ଣ୍ଣ ନେଇଛି । ବିଜୁ ମହିଳା ଜନତା ଦଳର ଦୁଇ ଜଣ ନେତ୍ରୀ ଇଲା ସ୍ବାଇଁ ଓ ଅଂଶୁ ତ୍ରିପାଠୀ ଶଙ୍ଖ ଭବନରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ।
ସେମାନେ କହିଛନ୍ତି, ଶ୍ରୀମୟୀ ମିଶ୍ରଙ୍କ ବିବାଦୀୟ ଟ୍ଵିଟ୍ ଆସୁଛି । ସେ ଦଳ ବିରୋଧରେ ଟିପ୍ପଣୀ ଦେଉଛନ୍ତି। ଏହା ଗ୍ରହଣୀୟ ନୁହେଁ ସେ ଏତେ ଅସନ୍ତୁଷ୍ଟ କାହିଁକି ? ଦଳ ହାରିବା ପରେ ସେ କାହିଁକି ଏମିତି କହୁଛନ୍ତି ? ତାଙ୍କ ଠାରୁ ଭଣ୍ଡ ବାବା ଟିପ୍ପଣୀ ଆସିବା ଠିକ୍ ନୁହେଁ। ସେ ବିଜେଡିଠାରୁ ଅନେକ ସହଯୋଗ ପାଇଛନ୍ତି। ଏପରି ପୋଷ୍ଟ୍ ସେ ବନ୍ଦ କରନ୍ତୁ। ନଚେତ ପରିଣାମ ଭୟାବହ ହେବ।
ପ୍ରମିଳା ଓ ସ୍ନେହାଙ୍ଗିନୀଙ୍କ ପରି ବରିଷ୍ଠ ନେତ୍ରୀଙ୍କ ନଜରରେ ଶ୍ରୀମୟୀଙ୍କ ପୋଷ୍ଟ୍ ବିଜେପି ଉଦ୍ଦେଶ୍ୟରେ ଥିଲା ବେଳେ ତାହା ଆଉ ଦୁଇ ଜଣ କନିଷ୍ଠ ନେତ୍ରୀଙ୍କୁ ଏହା କିପରି ବିଜେଡି ବିରୋଧୀ ନାମ ନ ନେଇ ରହସ୍ୟ ବଢ଼ାଉଛନ୍ତି ବରିଷ୍ଠ-କନିଷ୍ଠଙ୍କର ଭିନ୍ନ ମତ ପୋଷ୍ଟ୍ ଭାବେ ଦେଖାଗଲା, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ନିଶ୍ଚିତ ଭାବେ ଦଳୀୟ ନିଷ୍ପତ୍ତ ଅନୁଯାୟୀ ଏହି ଦୁଇ ନେତ୍ରୀ ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀମୟୀଙ୍କ ପୋଷ୍ଟ ବିଜେଡି ଉଦ୍ଦେଶ୍ୟରେ ବୋଲି ଦଳ ନିଜଆଡୁ ସ୍ବୀକାର କରିଦେଇଛି।
କିନ୍ତୁ ବିଜେଡିରେ ଯେ ଏହି ପ୍ରସଙ୍ଗରେ ଦ୍ବନ୍ଦ୍ବ ଅଧିକ ରହିଛି, ତାହା ଜଳଜଳ ହୋଇ ଦେଖାଯାଉଛି I ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ସିଧାସଳଖ ଦଳର ପରିଚାଳନାକୁ ନେଇ ମନ୍ତବ୍ୟ ଦେବାରୁ ତାଙ୍କୁ ନିଲମ୍ବନ କରାଗଲା। କିନ୍ତୁ ଶ୍ରୀମୟୀ ସିଧାସଳଖ କିଛି କହୁ ନଥିବାରୁ ଦଳ ଅକଳରେ ପଡ଼ିଯାଇଛି। କେବଳ କନିଷ୍ଠ ନେତ୍ରୀଙ୍କ ମାଧ୍ୟମରେ କାମଚଳା ଚେତାବନୀ ଦିଆଯାଇଛି ।
Also Read https://purvapaksa.com/mini-pakistan-in-london-muslim-refugees-control-whole-city/
