ସ୍ଵଚ୍ଛତା ପାଇଁ ରାଜ୍ୟର ୩ଟି ସହରକୁ ପୁରସ୍କାର ପ୍ରଦାନ କରାଯିବ। ଏହି ସହର ଗୁଡ଼ିକ ମଧ୍ୟରେ ରହିଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର, ଆସିକା ଏବଂ ଚିକିଟି। ସ୍ଵଚ୍ଛ ସର୍ବେକ୍ଷଣ ରାଙ୍କିଙ୍ଗରେ ପୁଣି ରାଜ୍ୟରେ ଭୁବନେଶ୍ବର ମହାନଗର ନିଗମ ଏକ ନମ୍ବର ସ୍ଥାନ ଅକ୍ତିଆର କରିଛି। ଭୁବନେଶ୍ବରକୁ ମନ୍ତ୍ର।ଳୟ ପୁରସ୍କାର(ରାଜ୍ୟ ସ୍ତରୀୟ) ବିଭାଗରେ ଚୟନ କରାଯାଇଛି।
କେନ୍ଦ୍ର ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ। ଅସନ୍ତା ୧୭ ତାରିଖରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ। ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯିବ।
ଗତବର୍ଷ ଭୁବନେଶ୍ଵର ସର୍ବେକ୍ଷଣ ତାଲିକାରେ ୩୨ତମ ସ୍ଥାନରେ ରହିଥିଲା। ଚଳିତବର୍ଷ ଏହାର ରାଙ୍କିଂ ବୃଦ୍ଧି ପାଇଛି ବୋଲି ଅନୁମାନ କରାଯାଉଛି। ସେହିପରି ଅସିକା ଏନ୍ଏସ୍ସିର ମଧ୍ୟ ସ୍ଥାନ ରହିଛି। ଆସିକାକୁ ରାଷ୍ଟ୍ରପତି ସମ୍ମାନ ପ୍ରଦାନ କରାଯିବ। ଏନ୍ଏସିରେ ମଧ୍ୟ ଚିକିଟିକୁ ରାଷ୍ଟ୍ରପତି ପରୁସ୍କାର ପାଇଁ ଚୟନ କରାଯାଇଛି।
ଅନ୍ୟପକ୍ଷରେ ସୁପର ଲିଗ୍ ସିଟି ବିଭାଗରେ ରାଜ୍ୟର କୌଣସି ବି ସହର ସ୍ଥାନ ପାଇ ନାହିଁ। ସେହିପରି ମନ୍ତ୍ରଣାଳୟ ପୁରସ୍କାର(ସ୍ପେସାଲ କ୍ୟାଟାଗୋରୀ) ରେ ରାଜ୍ୟର କୌଣସି ସହରକୁ ସ୍ଥାନ ଦିଆଯାଇ ନାହିଁ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଏହି ରାଙ୍କିଂ ଆବର୍ଜନା ପରିଚାଳନା, ପ୍ଲାଷ୍ଟିକ ଆବର୍ଜନାର ପରିଚାଳନା, ରିସାଇକଲ, ରିୟୁଜ ନୀତିର ପ୍ରୟୋଗ ଏବଂ ସଫେଇ କର୍ମଚାରୀଙ୍କ ସୁରକ୍ଷା ଆଧାରରେ କରାଯାଇଥାଏ।
୨୦୧୬ରୁ ଦେଶରେ ସଜୁ ସର୍ବେକ୍ଷଣ କରୁଛନ୍ତି କେନ୍ଦ୍ର ସରକାର। ଗତବର୍ଷ ଓଡ଼ିଶାର ଗୋଟିଏ ବି ସହର ଟପ୍ ଟେନ୍ରେ ନ ଥିଲା। ଭୁବନେଶ୍ବର ୩୪ ସ୍ଥାନରେ, ପୁରୀ ୬୨ ସ୍ଥାନରେ, ୯୯ ସ୍ଥାନରେ ବାଲେଶ୍ଵର ,୧୧୧ ସ୍ଥାନରେ ବ୍ରହ୍ମପୁର, ୧୧୯ ସ୍ଥାନରେ ରାଉରକେଲା, ୧୬୩ ସ୍ଥାନରେ ସମ୍ବଲପୁର, ୧୭୨ ସ୍ଥାନରେ କଟକ, ୧୮୫ ସ୍ଥାନରେ ବାରିପଦା ଓ ୨୨୯ ସ୍ଥାନରେ ଭଦ୍ରକ ରହିଛି।
Also Readhttps://purvapaksa.com/eminent-singer-srikant-das-passes-away/
Eminent Singer Srikant Das passes away ।। ଚିର ନିଦ୍ରାରେ ଗୀତିକାର ଶ୍ରୀକାନ୍ତ ଦାସ
