Ajwain: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକ ମେଦବହୁଳତାରେ ଆକ୍ରାନ୍ତ।
ସମସ୍ତେ ଓଜନ କମାଇବା ପାଇଁ ଚିନ୍ତିତ କିନ୍ତୁ ବ୍ୟାୟାମ ପାଇଁ ସମୟ ମିଳୁନି, ଚାକିରିରେ ଟାଇମିଂ ଠିକ୍ ରହୁନି ଯାହା ପରେ ଚାହିଁଲେ ବି ଶରୀରରେ ଧ୍ୟାନ ଦେଇପାରୁନାହାନ୍ତି। ମୋଟାପଣ ହେତୁ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ ଶରୀରରେ। କିନ୍ତୁ ଏମିତି କିଛି କାମ ଅଛି ଯଦି ପ୍ରତିଦିନ ଆପଣ କରନ୍ତି ତେବେ ସହଜରେ ଓଜନ କମାଇପାରିବେ। ଏହା ଅତି ସହଜରେ ବଜାରରେ ମିଳିଥାଏ ନହେଲେ ପ୍ରାୟ ସମସ୍ତ ଘରେ ଥାଏ। ତାହା ହେଉଛି ଜୁଆଣି।
ଜୁଆଣିକୁ ପ୍ରତିଦିନ ରାତିରେ ପାଣିରେ ଭିଜାଇ ରଖନ୍ତୁ। ସକାଳେ ଉଠି ସେ ପାଣିକୁ ଖାଲିପେଟରେ ପିଅନ୍ତୁ। ଏହାଦ୍ୱାରା ପେଟର ଚର୍ବି କମିଥାଏ। ଜୁଆଣିରେ ଅଧିକ ପରିମାଣରେ ଥାଇମୋଲ ଥାଏ ଯାହା ଚର୍ବି କମାଇବାରେ ସାହାଯ୍ୟ କରିଥାଏ। ଥାଇମୋଲରେ ମେଟାବୋଲିଜିମ୍ ଅଧିକ ଥାଏ ଯାହା ପାଚନ କ୍ରିୟାକୁ ସହଜ କରାଇଥାଏ। ଏସିଡିଟି ସମସ୍ୟା ମଧ୍ୟ ଦୂର କରିଥାଏ। ଏହାଛଡ଼ା ଜୁଆଣିରେ ଆୟୋଡିନ୍, ଫସଫରସ୍, କ୍ୟାଲସିଅମ୍, ପଟାସିଅମ୍ ଅଧିକ ପରିମାଣରେ ଥାଏ। ଯାହା ଶରୀର ପାଇଁ ଭଲ।
ହାର୍ଟ ପାଇଁ ଭଲ: ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ବ୍ୟତୀତ ଯଅ ପାଣି ମଧ୍ୟ ହାର୍ଟ ସମସ୍ୟାକୁ ମଧ୍ୟ ନିୟନ୍ତ୍ରଣ କରେ । ତେବେ ପ୍ରତିଦିନ ଯଅ ପାଣି ପିଇବା ଶରୀରକୁ ସୁସ୍ଥ ରହିବାକୁ ସାହାଯ୍ୟ କରିଥାଏ ।
ଓଜନ କମ କରେ: ଯେଉଁମାନେ ଓଜନ କମ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଯଅ ପାଣି ଏକ ଭଲ ପାନୀୟ ହୋଇପାରେ । ଏଥିରେ ଥିବା ହାଇ ଫାଇବର ଏବଂ କମ୍ କ୍ୟାଲୋରୀ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ । ଯାହାଫଳରେ ଆପଣମାନେ ବାହାର ଖାଦ୍ୟ ଖାଇବାରୁ ଦୂରେଇ ରହିବେ ।
କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରେ: ତେବେ ପ୍ରତିଦିନ ଯଅ ପାଣି ପିଇଲେ ଆପଣଙ୍କ କୋଲେଷ୍ଟ୍ରଲ ସ୍ତର କମିଯାଏ । ଯଅ ପାଣିରେ ମିଳୁଥିବା ଉପାଦାନ କୋଲେଷ୍ଟ୍ରୋଲ୍ କମ କରିବାରେ ଏବଂ ହାର୍ଟ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ଯାହା ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲକୁ ବାହାର କରିବାରେ ସାହାଯ୍ୟ କରିଥାଏ।
ବ୍ଲଡ ସୁଗରକୁ ନିୟନ୍ତ୍ରଣ କରେ: ଯଅ ପାଣି ବ୍ଲଡ ସୁଗରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ବିନା ଚିନିରେ ଯଅ ପାଣି ପିଇବା ଦ୍ୱାରା ବ୍ଲଡରେ ସୁଗର କମ କରିବାରେ ସାହାଯ୍ୟ କରେ । ତେବେ ଖାଇବା ପରେ ଯଅ ପାଣି ପିଇବା ଦ୍ଵାରା ବ୍ଲଡ ସୁଗର ନିୟନ୍ତ୍ରଣରେ ରହିଥାଏ ।
ଯଅ ପାଣି ପିଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଏ ଏବଂ କିଡନୀ ସଫା ହୋଇଥାଏ । ଯଅ ପାଣିରେ ଥିବା ଫାଇବର ଡାଇରିଆ ଏବଂ କୋଷ୍ଠକାଠିନ୍ୟକୁ ରୋକିବାରେ ସାହାଯ୍ୟ କରେ । ସେଥିପାଇଁ ଯେଉଁମାନେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ସେମାନେ ନିଜ ଡାଏଟରେ ଯଅ ପାଣି ସାମିଲ କରନ୍ତୁ ।
ALSO READ: https://purvapaksa.com/eating-too-much-salt-be-careful/