Benefits of Turmeric: ବହୁତ ପୂର୍ବରୁ ଆମ ଶରୀରର ଉପକାର ପାଇଁ ବର୍ଷ ବର୍ଷ ପୂର୍ବେ ହଳଦୀର ବ୍ୟବହାର କରାଯାଇ ଆସୁଅଛି।
ବିଭିନ୍ନ ପରୀକ୍ଷାରୁ ପ୍ରମାଣିତ ହୋଇଛି ଯେ ହଳଦୀ ଗୁଣ୍ଡରେ ଥିବା ପୋଷକତତ୍ତ୍ୱ କର୍କଟ ରୋଗ ପରି ରୋଗ ହେବାର ସମ୍ଭାବନାକୁ ରୋକିଥାଏ।
ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଇବା ଦ୍ବାରା ଶରୀରର ଅତିରିକ୍ତ ଚର୍ବି କମ୍ ହୋଇଥାଏ ବୋଲି ଆମେ ସମେସ୍ତ ଜାଣନ୍ତି। ମାତ୍ର ଚର୍ବି ଖସାଇବାର ଏହା ଏକମାତ୍ର ଉପାୟ ନୁହେଁ। ଆହୁରି ବି ଅନେକ ଉପାୟ ରହିଛି।ଯଦି ଆପଣ ଏହି ଉଷୁମ ପାଣୀ, ଲେମ୍ବୁ ମିଶ୍ରଣରେ ଟିକେ ହଳଦୀ ମିଶାଇ ପିଇବା ଆରମ୍ଭ କରିବେ, ତେବେ ଆପଣଙ୍କ ଶରୀରରେ ରହିଥିବା ଅନେକ ବଡ଼ ବଡ଼ ସମସ୍ୟାର ସମାଧାନ ଖୁବ୍ ସହଜରେ ହୋଇଯିବ ।
ଗୋଟିଏ ଗ୍ଲାସ୍ରେ ଅଧା ଲେମ୍ବୁ ଚିପୁଡ଼ି ସେଥିରେ ହଳଦୀ ଏବଂ ଉଷୁମ ପାଣି ମିଶାନ୍ତୁ । ଏହା ପରେ ସେଥିରେ ୧/୪ ଟି ଚାମଚ ମହୁ ମିଶାନ୍ତୁ । ତାପରେ ଏହାକୁ ପିଅନ୍ତୁ । ହଳଦୀ ମସ୍ତିଷ୍କ ପାଇଁ ଲାଭଦାୟକ ହୋଇଥାଏ।ସକାଳୁ ଉଠି ଆପଣମାନେ ହଳଦୀ, ଲେମ୍ବୁ ଏବଂ ମହୁକୁ ଉଷୁମ ପାଣିରେ ମିଶାଇ ପିଉଛନ୍ତି, ତେବେ ଆପଣଙ୍କ ମସ୍ତିଷ୍କ ଶାନ୍ତ ଏବଂ ସକ୍ରିୟ ହୋଇ ଯାଇଥାଏ ।
କଞ୍ଚା ହଳଦୀ ଇନ୍ସୁଲିନ୍ର ମାତ୍ରାକୁ ସନ୍ତୁଳିତ ରଖିଥାଏ। ମୁଧୁମେହ ରୋଗୀ ପାଇଁ ବହୁତ ଲାଭଦାୟକ ଅଟେ। ଇନ୍ସୁଲିନ୍ ବ୍ୟତୀତ ଗ୍ଲୁକୋଜ୍କୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ ହଳଦୀ। ଯଦି ହାଇଡୋଜ ମେଡିସିନ୍ ନେଉଛନ୍ତି, ତେବେ ଡାକ୍ତରକୁ ପରାମର୍ଶ କରି ହଳଦୀର ବ୍ୟବହାର କରନ୍ତୁ।
ହଳଦୀ ଶରୀରକୁ ଜୀବାଣୁଠାରୁ ଦୂରରେ ରଖିଥାଏ। ହଳଦୀର ଅଧିକ ବ୍ୟବହାର ଶରୀରରେ କୋଲେଷ୍ଟ୍ରୋଲ୍କୁ ନିୟନ୍ତ୍ରିତ ରଖିଥାଏ। ହୃଦୟ ରୋଗୀଙ୍କ ପାଇଁ କଞ୍ଚା ହଳଦୀ ବେଶୀ ଲାଭଦାୟକ। କୃମି ସମସ୍ୟା ପାଇଁ ହଳଦୀ ମ୍ୟାଜିକ୍ ଭଳି କାମ କରେ। ପ୍ରତିଦିନ ସକାଳୁ ଖାଲି ପେଟରେ କଞ୍ଚା ହଳଦୀକୁ ବାଟି ପିଇଲେ କୃମି ଭଳି ସମସ୍ୟା ଦୂର ହୋଇଯାଏ। କଞ୍ଚା ହଳଦୀରେ ଆଣ୍ଟି ବ୍ୟକ୍ଟେରିଆ ଏବଂ ଆଣ୍ଟି ସେପ୍ଟିକ୍ ଗୁଣ ଥାଏ। ଏଥିରେ ରୋଗ ସଂକ୍ରମଣ କରିବା ଶକ୍ତି ଥାଏ।
କଞ୍ଚା ହଳଦୀ ତ୍ୱଚାକୁ ସୁସ୍ଥ ରଖିଥାଏ। ଏହାର ଆଣ୍ଟିସେପ୍ଟିକ୍ ଗୁଣ ପାଇଁ ଭାରତୀୟ ସଂସ୍କୃତିରେ ବାହା ଘର ପୂର୍ବରୁ ପୂରା ଶରୀରରେ ହଳଦୀ ଲଗାଯାଇଥାଏ। ଯଦି ଶରୀରର କୌଣସି ଅଙ୍ଗରେ କିଛି ଫଳିଥାଏ ବା ଆଲର୍ଜି ହୋଇଥାଏ। ତେବେ କଞ୍ଚା ହଳଦୀର ଲେପନ ଲଗେଇଲେ ଦୂର ହୋଇଥାଏ। ରାତିରେ ଉଷୁମ କ୍ଷୀରରେ କଞ୍ଚା ହଳଦୀ ବଟା ମିଶାଇ ପିଇଲେ ଥଣ୍ଡା ଭଳି ସମସ୍ୟା ଦୂର ହୋଇଥାଏ। ହଳଦୀ ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ।
ALSO READ: https://purvapaksa.com/eating-dry-nuts-there-may-be-6-losses/