Surya dev: ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନକୁ ଶାସ୍ତ୍ରରେ ଏକ ବିଶେଷ ସ୍ଥାନ ଦିଆଯାଇଛି।
ଶାସ୍ତ୍ର ଅନୁସାରେ, ତାରା ଲୁଚି ନଥିବାବେଳେ ଯେଉଁ ସ୍ନାନ କରାଯାଏ ତାହା ଶରୀର ଓ ମନ ପାଇଁ ବହୁତ ଭଲ ଫଳପ୍ରଦ ହୋଇଥାଏ । ତାରା ବୁଡ଼ିଯିବା ପରେ ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ଯେଉଁ ସ୍ନାନ କରାଯାଏ ତାହା ହେଉଛି ମଧ୍ୟମ ସ୍ନାନ ।ସୂର୍ଯ୍ୟୋଦୟ ହେବା ପରେ ଦିନରେ ଯେଉଁ ସ୍ନାନ କରାଯାଏ ତାହାକୁ ଅଧମ ସ୍ନାନ କୁହାଯାଏ । ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନକୁ କ୍ଷୀର ସ୍ନାନ, ସୂର୍ଯ୍ୟୋଦୟ ସମୟରେ ସ୍ନାନକୁ ଜଳ ସ୍ନାନ କହିଥାନ୍ତି ।
ସୂର୍ଯ୍ୟୋଦୟ ପରେ ଦିବା ୯ ଘଟିକା ଭିତରେ ହେଉଥିବା ସ୍ନାନକୁ ରକ୍ତସ୍ନାନ କହିଥାନ୍ତି । ଦିବା ୯ଘଟିକା ଭିତରେ ଯେଉଁମାନେ ସ୍ନାନ କରନ୍ତି ସେମାନେ ଅଧିକରୁ ଅଧିକ ଥଣ୍ଡା, ସର୍ଦ୍ଦି, ଏସୋନୋଫିଲିଆ ଆଦିରୋଗରେ ପୀଡ଼ିତ ହୁଅନ୍ତି । କାରଣ ଏ ସମୟରେ ବାତ, ପିତ୍ତ ଏବଂ କଫର ସମତା ନଥାଏ । ଯାହାଫଳରେ ଥଣ୍ଡା ହୁଏ ଏବଂ ସ୍ୱାସ୍ଥ୍ୟ ନଷ୍ଟ ହୁଏ ।
ଡାହାଣ ପୂଡ଼ାରେ ସୂର୍ଯ୍ୟ ନାଡ଼ିରେ ନିଶ୍ୱାସ ପ୍ରଶ୍ୱାସ ଯାତାୟତବେଳେ ସ୍ନାନ କରିବା ବିଧାନଗତ । ଏହାଦ୍ୱାରା ଶ୍ଲେଷ୍ମାଜାତ ହେବାର ଭୟ କମ୍ ଥାଏ । ସ୍ନାନ ପୂର୍ବରୁ ପ୍ରଥମେ ତୈଳ ମାଲିସ୍ କରି ଦେହକୁ ଉଷୁମ କରିନେବା ଆବଶ୍ୟକ । ଶାସ୍ତ୍ର ଅନୁସାରେ, ସ୍ନାନ କରିବା ପୂର୍ବରୁ ପ୍ରଥମେ ମୁଖରେ ଜଳ ଭର୍ତ୍ତି କରି ଆଖିରେ ୨୧ ଥର ପର୍ଯ୍ୟନ୍ତ ଜଳ ଛାଟନ୍ତୁ । ତା’ପରେ ମୁଣ୍ଡ ଏବଂ ବେକକୁ ଭଲଭାବେ ଜଳରେ ଧୋଇ ସାରିବା ପରେ ସମଗ୍ର ଶରୀରକୁ ଧୁଅନ୍ତୁ । ଏହି ଭଳି କରିବା ଦ୍ୱାରା ଯେଉଁମାନଙ୍କୁ ଅଧିକ ସର୍ଦ୍ଦି ହୁଏ ସେମାନେ ଏହି ଉପାୟ ଅବଲମ୍ବନ କଲେ ଆଉ ସର୍ଦ୍ଦି ହେବନାହିଁ ।
ସ୍ନାନ କରିବା ସମୟରେ ନାଭିଯାଏ ଜଳରେ ପଶି ନାଭି, ତଳିପେଟକୁ ଶୀତଳ ଜଳରେ ଘଷି ଘଷି ଶୀତଳ କରି ନିଅନ୍ତୁ । ଶୀତଳ ଜଳରେ ସ୍ନାନ କରିବା ଦ୍ୱାରା ପାଚକ ଶକ୍ତି ବୃଦ୍ଧି ପାଏ । ଯକୃତ ଏବଂ କିଡ଼ନୀ କାର୍ଯ୍ୟରେ ଉନ୍ନତି ଘଟେ । ହୃତପିଣ୍ଡ ମଧ୍ୟ ଅଧିକ ସୁସ୍ଥ ସବଳ ଏବଂ ସତେଜ ରହେ । ଶୀତଳ ଜଳରେ ସ୍ନାନ କରିବା ଦ୍ୱାରା ଫୁସଫୁସ୍, ମସ୍ତିଷ୍କ ଭଳି ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟ ଶକ୍ତିଶାଳୀ ଏବଂ ରୋଗ ଶୂନ୍ୟ ହୁଏ ।
ALSO READ: https://purvapaksa.com/monday-january-06-find-out-how-the-day-will-be-for-which-zodiac-sign/
ଜାନୁଆରୀ ୦୬ ତାରିଖ ସୋମବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଦିନ