Soybean: ପ୍ରୋଟିନ୍ ବ୍ୟତୀତ ସୋୟାବିନରେ ଫାଇବର, ମିନେରାଲ୍ସ ଏବଂ ଫାଇଟୋଷ୍ଟ୍ରୋଜେନ୍ ଭଳି ଗୁଣ ରହିଛି ।
ଯାହା ଶରୀରକୁ ଅନେକ ଲାଭ ଯୋଗାଇବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ସୋୟାବିନରେ ଅଧିକ ପରିମାଣର ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ଭିଟାମିନ୍ ଇ ଥାଏ । ଏଥିରେ ଆମିନୋ ଏସିଡ୍ ମଧ୍ୟ ମିଳିଥାଏ, ଯାହା ଶରୀର ନିର୍ମାଣରେ ସହାୟକ ହୋଇପାରେ । ପ୍ରୋଟିନ୍ ବ୍ୟତୀତ ସୋୟାବିନରେ ଫାଇବର, ମିନେରାଲ୍ସ ଏବଂ ଫାଇଟୋଷ୍ଟ୍ରୋଜେନ୍ ଭଳି ଗୁଣ ରହିଛି, ଯାହା ଶରୀରକୁ ଅନେକ ଲାଭ ଯୋଗାଇବାରେ ସାହାଯ୍ୟ କରିଥାଏ।

ଏଥିରେ ଆଇସୋଫ୍ଲୋଭୋନେସ୍ ରହିଛି, ଯାହା ବ୍ଲଡ୍ ସୁଗାର ଓ କୋଲେଷ୍ଟ୍ରଲ୍ର ସ୍ତରକୁ କମ୍ କରିବା ପାଇଁ ସାହାଯ୍ୟ କରିଥାଏ। ଏପରିକି ଦୃଦ୍ଘାତଜନିତ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କୁ ସୋୟା ସପ୍ଲିମେଣ୍ଟସ୍ ମାଧ୍ୟମରେ ସୋୟାବିନ୍ ଦେଇ ସୁଗାରକୁ ନିୟନ୍ତ୍ରଣ କରାଯାଇପାରିବ।

ଡାଇବେଟିସ୍ ଶରୀରରେ କେବଳ ଗୋଟିଏ ଅଙ୍ଗକୁ ପ୍ରଭାବିତ କରେ ନାହିଁ, ଧୀରେ ଧୀରେ ଏହା ଶରୀରର ସମସ୍ତ ଅଙ୍ଗକୁ ପ୍ରଭାବିତ କରିଥାଏ। କାର୍ଡିଓଭାସ୍କୁଲାର୍ ସିଷ୍ଟମ୍, କିଡ୍ନୀ ଓ ଲିଭର୍ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ। ଏଥିପାଇଁ ସୋୟାବିନ୍ ଖାଇବା ନିହାତି ଜରୁରୀ। କାରଣ ଏଥିରେ ଥିବା ଆଇସୋଫ୍ଲୋଭୋନେସ୍ ବା ଫାଇଟୋଏଷ୍ଟ୍ରୋଜେନସ୍ କାର୍ଡିଓଭାସ୍କୁଲାର୍ ରୋଗର ଆଶଙ୍କାକୁ କମ୍ କରିଥାଏ ଓ କିଡ୍ନୀ ଏବଂ ଲିଭରକୁ ସୁସ୍ଥ ରଖିଥାଏ।

କେମିତି ଖାଇବେ?
ଆପଣ ସୋୟାବିନ୍ର ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇପାରିବେ। ସୋୟାବିନ୍ ପଲାଉ, ସୋୟା ଚପ୍, ସୋୟା ବିରିୟାନୀ, ସୋୟା ଦୋସା ବା ପରଟା, ସୋୟା କିମା, ସୋୟା ପିଙ୍ଗରସ୍ ଓ ସୋୟା ଚିଲି ମନ୍ଚୁରିଆନ୍ ଆଦି କରି ଆପଣ ଖାଇପାରିବେ। ଏହା ବ୍ୟତୀତ ସୋୟାବିନ୍କୁ ମଞ୍ଜିକୁ ଗ୍ରାଇଣ୍ଡିଂ କରି ଡାଲିରେ ପକାଇ ଖାଇପାରିବେ।

ALSO READ: https://purvapaksa.com/tea-cigarette/

