Millet: ମିଲେଟରେ ଭିଟାମିନ୍, ମିନେରାଲ୍ସ, ଫାଇବର, ଆଇରନ୍, ପ୍ରୋଟିନ୍ ସମେତ ଅନେକ ପୋଷକ ତତ୍ତ୍ୱ ଭରପୂର ରହିଛି ।
ଯାହା ଅନେକ ଉପାୟରେ ଲାଭଦାୟକ ବୋଲି ବିବେଚନା କରାଯାଏ । ସେଥିରେ କ୍ୟାଲସିୟମ୍ ଏବଂ ଫୋଲିକ୍ ଏସିଡ୍ ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ । ଏଗୁଡ଼ିକ ଖାଇବା ମଧୁମେହକୁ ନିୟନ୍ତ୍ରଣ ହୁଏ, ଓଜନ ହ୍ରାସ କରିବାରେ ଏବଂ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । କେବଳ ଏତିକି ନୁହେଁ, ଏହା ହୃଦୟକୁ ସୁସ୍ଥ କରିବାରେ ମଧ୍ୟ ବହୁତ ସହାୟକ ହୋଇପାରେ । ଜୋୱାର, ବାଜରା ଏବଂ ରାଗି ମିଲେଟରେ ଅନ୍ତର୍ଭୁକ୍ତ ।
ବିଶେଷଜ୍ଞମାନେ ମଧ୍ୟ ମିଲେଟସ୍ କୁ ବହୁତ ଭଲ ବୋଲି ଭାବନ୍ତି । ଏହାକୁ ଖାଦ୍ୟରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଅନେକ ପ୍ରକାରର ସମସ୍ୟା ସେମାନଙ୍କ ବ୍ୟବହାର ଦ୍ୱାରା ନିୟନ୍ତ୍ରିତ ହୋଇପାରିବ । ତେବେ ମିଲେଟ ଖାଇବାର ଲାଭ କ’ଣ ଏବଂ ସେଗୁଡିକ କିପରି ଖାଇବା ଉଚିତ, ଆସନ୍ତୁ ଜାଣିବା…
ଫାଇବରରେ ଭରପୂର:
ଡାଇବେଟିସ୍ ପାଇଁ ମିଲେଟ୍ ଉପାଦେୟତାର ଅନ୍ୟ ଏକ କାରଣ ହେଲା ଏହା ସବୁ ଫାଇବରରେ ଭରପୂର। ଫାଇବର୍ ବା ତନ୍ତୁଜାଚୀୟ ଖାଦ୍ୟ ଖାଇବା ଦ୍ୱାରା ଶ୍ୱେତସାର ଓ ଶର୍କରା ଆମ ରକ୍ତରେ ନିୟନ୍ତ୍ରଣରେ ରୁହେ। ସମସ୍ତ ପ୍ରକାର ମିଲେଟ୍ ଫାଇବର୍ ଓ ପ୍ରୋଟିନ୍ରେ ଭରପୂର ଥାଏ ଯାହା ଡାଇବେଟିସ୍ ଥିବା ବ୍ୟକ୍ତିଙ୍କ ପାଇଁ ଉପଯୋଗୀ। ଏହା ସହ ମିଲେଟ୍ ଗ୍ଲୁଟେନ୍ ମୁକ୍ତ ଅଟେ। ଗ୍ଲୁଟେନ୍ ହେଉଛି ଏକ ପ୍ରକାର ପ୍ରୋଟିନ୍ ଯାହା ଶାରୀରିକ ପ୍ରକ୍ରିୟା କ୍ରମରେ ୟୁରିକ୍ ଏସିଡ୍ ଉତ୍ପନ୍ନ କରେ।
ଡାଇବେଟିସ୍ ପାଇଁ ରାମବାଣ:
ଶରୀରରେ ଏହାର ପରିମାଣ ବଢ଼ିଲେ ଏହା ଗଣ୍ଠିମାନଙ୍କରେ ଜମିରହି ଅସହ୍ୟ ଯନ୍ତ୍ରଣା ଦିଏ। ଏହାକୁ ଗାଉଟ୍ କୁହାଯାଏ। ଏହା ଡାଇବେଟିସ୍ ଥିବା ବ୍ୟକ୍ତିମାନଙ୍କର କିଡ୍ନିକୁ ପ୍ରଭାବିତ କରେ। ଏଣୁ ମିଲେଟ୍ ଖାଇବା ଦ୍ୱାରା ଏହି ସମସ୍ୟା ମଧ୍ୟ ଦୂର ହୁଏ। ମିଲେଟ୍ ପ୍ରୋଟିନ୍ରେ ମଧ୍ୟ ଭରପୂର ଯାହା ଡାଇବେଟିସ୍ ପାଇଁ ଅତି ଜରୁରୀ। ଉଚ୍ଚ ପ୍ରୋଟିନ୍ ଓ ଫାଇବର ଥିବାରୁ ମିଲେଟ୍କୁ ଡାଇବେଟିସ୍ ଥିବା ବ୍ୟକ୍ତିଙ୍କ ପାଇଁ ନିହାତି ସେବନ କରିବା ଆବଶ୍ୟକ।
କିପରି ଖାଇବେ:
ତେବେ କେତେଜଣ ପଚାରିବେ ଏ ସବୁକୁ ସବୁଦିନ ଖିରି କରି କି ଖେଚୁଡ଼ି କରି କିଏ ଖାଇବ। ଏଥିପାଇଁ ଆଜିକାଲି ଅନେକ ପ୍ରକାର ଆଧୁନିକ ଖାଦ୍ୟର ରେସିପି ମଧ୍ୟ ଉପଲବ୍ଧ ଅଛି। ମିଲେଟ୍ ଉପରେ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଅନେକ ଭିଡ଼ିଓ ଅପଲୋଡ୍ କରୁଛନ୍ତି। ଆପଣ ବି ଘରେ ମିଲେଟ୍ର ଅଟାରୁ ପିଠା, ମିଲେଟ୍ ସିମେଇ, ମିଲେଟ୍କୁ ଅଳ୍ପ ଗୁଣ୍ଡ କରି ଉପମା(ଦଲିଆ ପରି) ଆଦି କରିପାରିବେ।
ଏବେ ତ ମିଲେଟ୍ କେକ୍ ଓ ପ୍ୟାଷ୍ଟ୍ରି ଆଦି ମଧ୍ୟ ଉପଲବ୍ଧ। ହେଲେ ସେସବୁ ଡାଇବେଟିସ୍ ପାଇଁ ଉପଯୋଗୀ ନୁହେଁ। ସବୁବେଳେ ଚେଷ୍ଟା କରିବେ ଯେପରି ମିଲେଟ୍କୁ ସରଳ ଭାବେ ରାନ୍ଧି ଖାଇବେ। ଅଧିକ ପ୍ରକ୍ରିୟାକରଣ ହେଲେ ଏହାର ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ।
ସହଜରେ ବଜାରରେ ମିଲେଟ୍ ଉପଲବ୍ଧ ହେଉଥିବା ବେଳେ ଆମେ ସମସ୍ତେ ଏହାକୁ ନିୟମିତ ଖାଇବା ଦ୍ୱାରା ଅନେକ ଶାରିରୀକ ସମସ୍ୟାର ସହଜରେ ସମାଧାନ ହୋଇପାରିବ। ଏଣୁ ଡାଇବେଟିସ୍ ଥିବା ଲୋକେ ନିୟମିତ ରୂପରେ ମିଲେଟ୍ ଯେପରି ମାଣ୍ଡିଆ, ସୁଆଁ, କାଙ୍ଗୁ ଆଦିକୁ ନିଜର ଖାଦ୍ୟରେ ସାମିଲ କରିବା ଉଚିତ୍।
ALSO READ: https://purvapaksa.com/benefits-of-soybean/