Benefits Of Laughing: ହସ ଜୀବନର ସବୁଠୁ ସୁନ୍ଦର ଆଭୂଷଣ ଯାହାକୁ ଯିଏ ଯେତେବେଳେ ଚାହିଁବ ପିନ୍ଧିପାରିବ।
ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ କାର୍ଯ୍ୟରେ ଏତେ ବ୍ୟସ୍ତ ଯେ ସେମାନେ ହସିବାକୁ ଭୁଲି ଯାଇଛନ୍ତି। ହସିବା ଯେ କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ତାହା ନୁହେଁ, ବରଂ ଏହା ଆପଣଙ୍କ ଆଖପାଖରେ ଥିବା ଲୋକଙ୍କ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ। ହସୁଥିବା ଲୋକକୁ ଯିଏ ଦେଖେ ତା’ ଭିତରେ ମଧ୍ୟ ହସିବାର ଏକ ଉତ୍ସାହ ଜନ୍ମେ।

ପ୍ରତିଦିନ ହସିବା ଦ୍ୱାରା ଅନେକ ଫାଇଦା ମଧ୍ୟ ହୁଏ। ଆପଣ ଜାଣନ୍ତି କି, ବୟସ୍କମାନେ ହାରାହାରି ଦିନକୁ ୨୦ ଥର ହସନ୍ତି। ଗୋଟିଏ ଅଧ୍ୟୟନରୁ ଜଣାପଡ଼ିଛି ଯେ ଛୋଟ ପିଲାମାନେ ଦିନକୁ ୪୦୦ ଥର ପର୍ଯ୍ୟନ୍ତ ହସନ୍ତି।
ଆସନ୍ତୁ ଜାଣିବା ପ୍ରତିଦିନ ହସିଲେ କ’ଣ ଫାଇଦା ମିଳିଥାଏ
ହୃଦସ୍ପନ୍ଦନ ଏବଂ ରକ୍ତଚାପ ହ୍ରାସ:
ଅନୁସନ୍ଧାନକାରୀଙ୍କ ମତରେ ଏକାଧିକ କାର୍ଯ୍ୟ କରିବା ସମୟରେ ହସିବା ଦ୍ୱାରା ହୃଦସ୍ପନ୍ଦନ ଏବଂ ରକ୍ତଚାପ କମିଯାଏ, ଯାହା ଦର୍ଶାଏ ଯେ ବ୍ୟକ୍ତି ଖୁବ ଆରାମଦାୟକ ଅଟନ୍ତି।

ଚାପ ହ୍ରାସ:
ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ ହସନ୍ତି ସେମାନେ ଚାପଗ୍ରସ୍ତ ପରିସ୍ଥିତିରୁ ଶୀଘ୍ର ସୁସ୍ଥ ହେବାକୁ ସକ୍ଷମ ହୁଅନ୍ତି। ଦିନସାରା ଏକାଧିକ ଥର ମନ ଖୋଲି ହସିବା ହୁଏତ ଅସମ୍ଭବ ହୋଇପାରେ, କିନ୍ତୁ ଦେଖାଣିଆ ହସ ମଧ୍ୟ ଅନେକ ପ୍ରଭାବ ପକେଇଥାଏ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି:
ବୈଜ୍ଞାନିକମାନେ ପ୍ରମାଣ କରିଛନ୍ତି ଯେ ହସିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ କାରଣ ଏହା ଆପଣଙ୍କ ଶରୀରକୁ ଚାପ ମୁକ୍ତ କରିବାକୁ ଦେଇଥାଏ, ଯାହା ଦ୍ୱାରା କୋଷଗୁଡ଼ିକ କଠୋରତାରୁ ମୁକ୍ତ ହୋଇଥାନ୍ତି ଏବଂ ରୋଗ ସହ ଲଢିବାକୁ ଅଧିକ ସକ୍ଷମ ହୋଇଥାନ୍ତି।

ସକାରାତ୍ମକ ଚିନ୍ତାଧାରା ବୃଦ୍ଧି:
ହସ ଆପଣଙ୍କ ମସ୍ତିଷ୍କକୁ ଏକ ସଙ୍କେତ ପଠାଏ ଯେ ଆପଣ ନିଜକୁ ଆରାମ ଅନୁଭବ କରୁଛନ୍ତି, ଏବଂ ଯଦି ଆପଣ ବାରମ୍ବାର ହସନ୍ତି, ତେବେ ଆପଣଙ୍କ ମସ୍ତିଷ୍କ ନକାରାତ୍ମକ ଚିନ୍ତାଧାରା ବଦଳରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିବ।
ସୃଜନଶୀଳତା ବୃଦ୍ଧି:
ହସିବା ଦ୍ୱାରା ଶରୀରରେ ଏଣ୍ଡୋର୍ଫିନ୍ ହରମୋନ୍ ରିଲିଜ୍ ହୁଏ। ବ୍ୟାୟାମ ସମୟରେ ମଧ୍ୟ ଏହା ରିଲିଜ୍ ହୋଇଥାଏ। ଏହା ମସ୍ତିଷ୍କର କାର୍ଯ୍ୟକଳାପକୁ ଉତ୍ସାହିତ କରେ। ଫଳରେ ବ୍ୟକ୍ତିର ସୃଜନଶୀଳତା ବୃଦ୍ଧି ପାଏ।

ALSO READ: https://purvapaksa.com/gobi-matar-masala/

