ସାଧାରଣତଃ ଆମେ ସମସ୍ତେ ମାଛ ଖାଇବାକୁ ପସନ୍ଦ କରିଥାଉ । ମାଛ କେବଳ ସ୍ଵାଦରେ ଭଲ ହୋଇ ନଥାଏ, ଏଥିରେ ଅନେକ ପ୍ରକାରର ଔଷଧୀୟ ଗୁଣ ମଧ୍ୟ ରହିଛି ।
ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ । ହେଲେ ମାଛରେ ଅନେକ ପ୍ରକାରର ତତ୍ୱ ରହିଛି ଯାହା ଆମ ଶରୀରକୁ କ୍ଷତି ମଧ୍ୟ ପହଞ୍ଚାଇ ଥାଏ । ମାଛରେ ଅଧିକ ପରିମାଣର ଓମେଗା ଫ୍ୟାଟି ଏସିଡ୍, ଭିଟାମିନ୍ ଡି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ସହିତ ପ୍ରୋଟିନ୍ ସହ ଗୁଡ ଫ୍ୟାଟ ମଧ୍ୟ ରହିଛି । ଯାହା ହୃଦ୍ରୋଗ ସମେତ ଅନେକ ରୋଗ ବା ବିପଦକୁ ରୋକିଥାଏ । ଏବଂ ଏହା ଆମ ସ୍କିନ, କେଶ, ନଖକୁ ଅନେକ ପୁଷ୍ଟି ମଧ୍ୟ ଦେଇଥାଏ ।
ମାଛ ଖାଇବାର ଫାଏଦା
- ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ସଠିକ୍ ପରିମାଣର ମାଛ ଖାଇବା ଦ୍ୱାରା ସେହି ପୋଷକ ତତ୍ତ୍ୱକୁ ନିଜ ଶିଶୁକୁ ଦେଇପାରିବେ ।
- ଅନୁସନ୍ଧାନ ଅନୁଯାୟୀ, ମାଛରେ ଓମେଗା- ଫ୍ୟାଟି ଏସିଡ୍ ଥାଏ ଯାହା ମସ୍ତିଷ୍କ ପାଇଁ ଲାଭଦାୟକ ଅଟେ । ଆହୁରି ମଧ୍ୟ, ମାନବ ମସ୍ତିଷ୍କରେ ମିଳୁଥିବା ମେମ୍ବ୍ରେନ୍ n-3 FA ପାଇଁ ମାଛକୁ ବହୁତ ଭଲ ଭାବରେ ବିବେଚନା କରାଯାଏ । ଏହା ବ୍ୟତୀତ ମାଛ ମଧ୍ୟ ବୃଦ୍ଧମାନଙ୍କ ମଧ୍ୟରେ ଡିମେନ୍ସିଆ ପରି ଭୁଲିଯିବାକୁ ରୋକିଥାଏ ।
- ମାଛ ଖାଇବା ଦ୍ୱାରା କେବଳ ଶାରୀରିକ ସ୍ୱାସ୍ଥ୍ୟରେ ଉନ୍ନତି ହୁଏ ନାହିଁ ବରଂ ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହୋଇଥାଏ । କେତେକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ ପ୍ରତିଦିନ ମାଛ ଖାଉଛନ୍ତି, ସେମାନେ କୌଣସି ପ୍ରକାରର ମାନସିକ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ହୁଅନ୍ତି ନାହିଁ । ଏହା ବ୍ୟତୀତ ମାଛ ଚାପ, ଚିନ୍ତା ଏବଂ ଟେନସନକୁ ମଧ୍ୟ ହ୍ରାସ କରିଥାଏ ।
- ମାଛରୁ N-3 ତେଲ ମିଳିଥାଏ ଯାହା ଆଜମା ରୋଗର ଆଶଙ୍କାକୁ ହ୍ରାସ କରିଥାଏ । ଆଜମା ସହିତ ମାଛ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ ଯଥା COPD ଏବଂ ଡାଇରିଆ ଏବଂ ଚର୍ମ ଆଲର୍ଜି ପରି ଅନ୍ତନଳୀ ରୋଗ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ ।
- ବିଶେଷଜ୍ଞଙ୍କ ଅନୁଯାୟୀ, ମାଛରେ ମିଳୁଥିବା ଓମେଗା- ଫ୍ୟାଟି ଏସିଡ୍ ଦୃଷ୍ଟି ଶକ୍ତି ବୃଦ୍ଧିରେ ସାହାଯ୍ୟ କରିଥାଏ । ଆଖିର ରେଟିନା ଦୁଇ ପ୍ରକାରର ଓମେଗା -3 ଫ୍ୟାଟି ଏସିଡ୍ ଆବଶ୍ୟକ କରେ ।ଯଥା : DHA ଏବଂ EPA । ଉଭୟ ଫ୍ୟାଟି ଏସିଡ୍ ସଲମାନ, ଟୁନା ଏବଂ ଟ୍ରାଉଟ୍ ପରି ମାଛରୁ ମିଳିଥାଏ ।
- ଯେଉଁମାନେ ମାଛ ଖାଉଛନ୍ତି ସେମାନଙ୍କ ଚେହେରା ଏବଂ ସ୍କିନ ସବୁବେଳେ ଚମକିବା ସହ ଗ୍ଲୋ କରିଥାଏ ।
ମାଛ ଖାଇବା ଦ୍ୱାରା କେଶ ଘନ ହୋଇଥାଏ । ଏହା ଚର୍ମ ପାଇଁ ମଧ୍ୟ ଲାଭଦାୟକ ଅଟେ ।
ଡାକ୍ତରମାନେ ମଧ୍ୟ ମାଛ ଖାଇବାକୁ ପରାମର୍ଶ ଦେଉଥିବା ବେଳେ ଏହାକୁ ନେଇ ନିକଟରେ ଏକ ବଡ଼ ଖୁଲାସା କରାଯାଇଛି . ନିକଟରେ କରାଯାଇଥିବା ଷ୍ଟଡିରେ ଜଣାପଡିଛି ଯେ, ଅଧିକ ମାଛ ଖାଇବା ଦ୍ୱାରା ଚର୍ମ କର୍କଟ ହେବାର ଆଶଙ୍କା ରହିଛି । କେତେକ ପ୍ରକାରର ମାଛରେ ଅଧିକ ପରିମାଣର ମରକ୍ୟୁରୀ ରହିଥାଏ। ଯାହା ଆମ ଶରୀରରେ ବହୁତ ଖରାପ ପ୍ରଭାବ ପକେଇଥାଏ । ଯେଉଁଥିପାଇଁ ଆମକୁ ବାନ୍ତି, ପେଟ ଯନ୍ତ୍ରଣା ଭଳି ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ମାଛରେ ଗୁଡ଼ ଫ୍ୟାଟ ସହ ଟ୍ରାନ୍ସ ଫ୍ୟାଟ୍ ଅର୍ଥାତ୍ ଖରାପ ଚର୍ବି ରହିଥାଏ । ଯାହା ଓଜନ ବୃଦ୍ଧି କରିଥାଏ । ଏହି ପ୍ରକାରର ମାଛ ଖାଇବା ଦ୍ୱାରା ଜଳାପୋଡ଼ା ସମସ୍ୟା ଏବଂ ଅନ୍ୟ ସମସ୍ୟା ମଧ୍ୟ ବଢ଼ିପାରେ ।
Also readhttps://purvapaksa.com/indias-biggest-win-in-australia-australias-first-optus-defeat/