ଭୃସଙ୍ଗ ପତ୍ର କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଇନଥାଏ ବରଂ ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖିଥାଏ ।
ସାଧାରଣତଃ ଏହି ଗଛ ଆମ ସମସ୍ତଙ୍କ ଘରେ ଥାଏ । କେତେକ ତରକାରୀରେ ଭୃସଙ୍ଗ ପତ୍ର ନ ପଡ଼ିଲେ ସ୍ଵାଦହୀନ ଲାଗିଥାଏ । ଏହା ଆମ ଶରୀର ପାଇଁ ଲାଭଦାୟକ । ଏହା ଆମ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହା ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ ଏବଂ ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ଲାଭଦାୟକ ଅଟେ । ଯଦି ଆପଣ ଏହାକୁ ପ୍ରତିଦିନ ସକାଳେ ଖାଲି ପେଟରେ ବ୍ୟବହାର କରନ୍ତି, ତେବେ ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ କରିଥାଏ ।

ଭୃସଙ୍ଗ ପତ୍ରରେ କାର୍ବୋହାଇଡ଼୍ରେଡ଼, ଫସଫରସ, ପ୍ରୋଟିନ, କ୍ୟାଲସିୟମ, ଭିଟାମିନ ଏ, ସି, କେ ଆଦି ଭରି ରହିଛି । ଏହାକୁ ନିୟମିତଭାବେ ଖାଦ୍ୟରେ ବ୍ୟବହାର କରିବାଦ୍ୱାରା ଅନେକ ପ୍ରକାର ସଂକ୍ରମଣ ରୋଗରୁ ମୁକ୍ତି ପାଇପାରିବେ । ଆୟୁର୍ବେଦରେ ଭୃସଙ୍ଗ ପତ୍ରର ମହତ୍ଵ ଖୁବ୍ ଅଧିକ । ଭୃସଙ୍ଗ ପତ୍ର ଅନେକ ପୋଷକତ୍ଵତ୍ତ୍ଵରେ ତଥା ଔଷଧୀୟ ଗୁଣରେ ଭରପୁର ରହିଛି ।
- ଏହାକୁ ନିୟମିତ ଖାଇବାଦ୍ୱାରା ଆପଣଙ୍କ କେଶ ଲମ୍ବା, ଘନ ଓ ଚମକଦାର ହୋଇଥାଏ । ଯଦି ଆପଣଙ୍କର ବ୍ଲଡ଼ ସୁଗାର ଭଳି ସମସ୍ୟା ଅଛି ତେବେ ନିହାତି ଭାବେ ଭୃସଙ୍ଗ ପତ୍ରର ସେବନ କରନ୍ତୁ । ଏହା ଆପଣଙ୍କ ବ୍ଲଡ଼ ସୁଗାରକୁ ନିୟନ୍ତ୍ରଣରେ ରଖିବା ପାଇଁ ଚମତ୍କାରୀ ଔଷଧଭାବେ କାର୍ଯ୍ୟ କରିଥାଏ ।
- ଆବଶ୍ୟକତା ଠାରୁ ଅଧିକ ଖାଇବା, ନିଦ୍ରାହୀନତା ଏବଂ ହରମୋନରେ ସନ୍ତୁଳନ ନଷ୍ଟ ହେବା ଯୋଗୁଁ ଓଜନ ବୃଦ୍ଧି ପାଇଥାଏ। ଭୃସଙ୍ଗ ପତ୍ରରେ ଫାଇବର ରହିଥିବାରୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଭୃସଙ୍ଗପତ୍ର ଚୋବାଇ ଖାଇବା ଦ୍ୱାରା ମେଦବହୁଳତାରୁ ମୁକ୍ତି ମିଳେ ।
- ଯଦି ଆପଣଙ୍କ ପେଟରେ ଗ୍ୟାସ ଏବଂ ଏସିଡିଟି ଭଳି ସମସ୍ୟା ରହିଛି, ତେବେ ଆପଣଙ୍କୁ ଭୃସଙ୍ଗ ପତ୍ରର ସେବନ ନିଶ୍ଚିତ ଭାବରେ କରିବା ଉଚିତ। ନିୟମିତ ଏହାକୁ ଖାଇବା ଦ୍ଵାରା ଆପଣମାନଙ୍କୁ ବହୁତ ଲାଭ ମିଳିବ।
- ହୃଦ ଜନିତ ରୋଗ ଥିବା ଲୋକଙ୍କ ପାଇଁ ମଧ୍ୟ ଭୃସଙ୍ଗ ପତ୍ର ସେବନ କରିବା ଅତ୍ୟନ୍ତ ଲାଭଦାୟକ ଅଟେ । ନିୟମିତ ଏକ ଚାମଚ ମହୁରେ ଭୃସଙ୍ଗପତ୍ର ରସ ମିଶାଇ ପିଇଲେ କଫ ବାହାରି ଯାଇଥାଏ ଏବଂ ହାର୍ଟ ଆଟାକ୍ ଆଶଙ୍କା କମିଥାଏ।

- ଭୃସଙ୍ଗପତ୍ର ରସ ଲିଭରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରି ଏହାର କାର୍ଯ୍ୟକୁ ସ୍ୱାଭାବିକ କରେ। ଏଥିରେ ଭିଟାମିନ ବି୧, ବି୩, ବି୯ ,ଭିଟାମିନ ସି, ଆଇରନ, କ୍ୟାଲସିୟମ ଏବଂ ଫସଫରସ ରହିଛି ।
- ଦୈନିକ ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଝିଅମାନଙ୍କ ମଧ୍ୟରେ ଋତୁସ୍ରାବ ସମସ୍ୟା ଦେଖାଯାଏ ନାହିଁ । ଡାଇରିଆ ମଧ୍ୟ ଭଲ ହୋଇଥାଏ।
- ଅନେକ ସମୟରେ ବହୁ ଲୋକଙ୍କୁ ନିଦ ଓ ଅଳସୁଆ ଲାଗିଥାଏ । ପ୍ରତିଦିନ ୬ରୁ ୭ଟି ଭୃସଙ୍ଗ ପତ୍ର ନିୟମିତ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।
- ଏହାକୁ ନିୟମିତ ଖାଇବାଦ୍ୱାରା ଚର୍ମ ସୁସ୍ଥ ରହିବା ସହ ଚର୍ମ ଜନିତ ସମସ୍ତ ରୋଗରୁ ମୁକ୍ତି ମିଳିଥାଏ ।
- ଯେଉଁ ବ୍ୟକ୍ତିଙ୍କର ହାଇ କୋଲେଷ୍ଟ୍ରୋଲର ସମସ୍ୟା ରହିଛି ସେମାନେ ଭୃସଙ୍ଗ ପତ୍ରର ସେବନ କରିବା ଅତ୍ୟନ୍ତ ଲାଭଦାୟକ ଅଟେ । କାରଣ ଏହା ଆପଣଙ୍କ ଶରୀରରେ ଥିବା କୋଲେଷ୍ଟ୍ରୋଲ ସ୍ତରକୁ କମ୍ କରିବାରେ ସାହାଯ୍ୟ କରିଥାଏ । ନିୟମିତ ଏହି ପତ୍ରର ରସ ପିଇବା ଦ୍ୱାରା ଖୁବ ଶୀଘ୍ର ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

ALSO READ: https://purvapaksa.com/benefits-of-eating-fish/

