ବର୍ତ୍ତମାନର ତୀବ୍ର ଓ ବ୍ୟସ୍ତ ଜୀବନଶୈଳୀରେ ଅଧିକାଂଶ ଲୋକ ନିଜ ଚେହେରା ଓ କେଶକୁ ନେଇ ବେଶୀ ସଚେତନ ହୋଇପଡ଼ିଛନ୍ତି । ବିଶେଷକରି ଯୁବତୀ ଓ ମହିଳାମାନେ ନିଜ ସୁନ୍ଦରତାକୁ ଅତୁଟ ରଖିବା ପାଇଁ ବହୁ ଟଙ୍କା ଖର୍ଚ୍ଚ କରି ସୌନ୍ଦର୍ଯ୍ୟ ପାର୍ଲର୍, କସ୍ମେଟିକ୍ସ ଓ ବିଭିନ୍ନ ଫେସ୍ ପ୍ୟାକ୍ର ଆଶ୍ରୟ ନେଉଛନ୍ତି । କିନ୍ତୁ ବାସ୍ତବତା ହେଉଛି—ସୁନ୍ଦର ଦିଶିବା ପାଇଁ ସବୁବେଳେ ଅଧିକ ଖର୍ଚ୍ଚ ଦରକାର ହୁଏ ନାହିଁ।

ଆଜିକାଲି ଟ୍ୟାନିଂ, ପିଗମେଣ୍ଟେସନ୍, ବ୍ରଣ, କେଶଝଡ଼ା, ପତଳା କେଶ ଓ ସମୟ ପୂର୍ବରୁ ଧଳା ପଡ଼ିବା ଭଳି ସମସ୍ୟା ଅଧିକାଂଶ ଲୋକଙ୍କୁ ପୀଡ଼ିତ କରୁଛି । ପ୍ରଦୂଷଣ, ଧୂଳି, ଅସମତୁଳିତ ଖାଦ୍ୟ ଓ ଅନିୟମିତ ଜୀବନଶୈଳୀ ଏହାର ମୂଳ କାରଣ। ଏପରି ସ୍ଥିତିରେ ଘରୋଇ ଉପଚାର ଏକ ସହଜ, ସୁରକ୍ଷିତ ଓ କମ୍ ଖର୍ଚ୍ଚର ସମାଧାନ ହୋଇପାରେ । ସୁନ୍ଦର ତ୍ୱଚା ପାଇଁ ସବୁଠାରୁ ପ୍ରଥମ ଓ ଜରୁରୀ ଉପାୟ ହେଉଛି ନିୟମିତ ତ୍ୱଚା ସଫା କରିବା । ଦିନକୁ ଦୁଇଥର ମାଇଲ୍ଡ କ୍ଲିଞ୍ଜର୍ରେ ମୁହଁ ଧୋଇଲେ ଧୂଳି, ତେଲ ଓ ମୃତ ଚର୍ମକଣା ହଟିଯାଏ, ଯାହା ପିଗମେଣ୍ଟେସନ୍ କମାଇବାରେ ସାହାଯ୍ୟ କରେ।
ତ୍ୱଚା ଏବଂ କେଶରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ :
କେଶର ସ୍ୱାସ୍ଥ୍ୟ ପାଇଁ ଠିକ୍ ସାମ୍ପୁ ଓ କଣ୍ଡିସନର୍ ବ୍ୟବହାର ଅତ୍ୟନ୍ତ ଜରୁରୀ। ନିଜ କେଶ ପ୍ରକୃତି ଅନୁଯାୟୀ ସାମ୍ପୁ ବାଛିଲେ କେଶକୁ ଠିକ୍ ପୋଷଣ ମିଳେ, କେଶ ଘନ ଓ ଚମକଦାର ହୁଏ। ସେଥିସହିତ ସପ୍ତାହରେ ଥରେ କିମ୍ବା ଦୁଇଥର ହେୟାର୍ ମାସ୍କ୍ ବ୍ୟବହାର କରିଲେ ପ୍ରଦୂଷଣ ଯୋଗୁ ହୋଇଥିବା କ୍ଷତି ଦୂର ହୁଏ। ତ୍ୱଚାରେ ଦାଗ, ବ୍ରଣ ବା ଅନ୍ୟ କୌଣସି ଗୁରୁତର ସମସ୍ୟା ଥିଲେ ଡରମାଟୋଲୋଜିଷ୍ଟଙ୍କ ପରାମର୍ଶ ନେବା ଉଚିତ୍। ସମୟରେ ସଠିକ୍ ଚିକିତ୍ସା ନେଲେ ଆଗାମୀ ଦିନରେ ବଡ଼ ସମସ୍ୟା ହେବାରୁ ରକ୍ଷା ମିଳେ।

ସ୍ପା ନେବା ମଧ୍ୟ ତ୍ୱଚା ଓ କେଶ ପାଇଁ ଲାଭଦାୟକ। ଏହା କେବଳ ଶରୀରକୁ ଆରାମ ଦେଇ ନଥାଏ ବରଂ ତ୍ୱଚା ଓ କେଶରେ ତୁରନ୍ତ ଚମକ ଆଣିଥାଏ। ସେହିପରି ହେୟାର୍ ଓ ସ୍କିନ୍ ସିରମ୍ ବ୍ୟବହାର କରିଲେ ପୋଷଣ ମିଳିଥାଏ।ଘରୋଇ ଉପାୟ ମଧ୍ୟରେ ଆଲୋବେରା ଜେଲ୍ ଏକ ଅମୂଲ୍ୟ ଉପହାର। ଏହା ତ୍ୱଚାକୁ ଆର୍ଦ୍ରତା ଦେଇଥାଏ, ବ୍ରଣ କମାଏ ଏବଂ କେଶକୁ ସୁସ୍ଥ ରଖି ସମୟ ପୂର୍ବରୁ ଧଳା ପଡ଼ିବାରୁ ରକ୍ଷା କରେ। ସଠିକ୍ ଯତ୍ନ, ସୁସ୍ଥ ଖାଦ୍ୟ ଓ ଘରୋଇ ଉପଚାର ଅନୁସରଣ କଲେ, କମ୍ ସମୟ ଓ କମ୍ ଖର୍ଚ୍ଚରେ ମଧ୍ୟ ଆପଣ ସୁନ୍ଦର ଓ ଆତ୍ମବିଶ୍ୱାସୀ ଦିଶିପାରିବେ।
also read https://purvapaksa.com/t20-world-cup-3/


