ପାନୀୟ ଜଳ ପ୍ରକଳ୍ପ; ମଲେଇ ଖାଇ ପଳେଇଲେ ଠିକାଦାର : ମନ୍ତ୍ରୀ
ରାଜ୍ୟରେ ପାନୀୟ ଜଳ ପ୍ରକଳ୍ପକୁ ନେଇ ବିଧାନସଭା ସରଗରମ ଆଲୋଚନା ହୋଇଛି । ଚୌଦ୍ୱାରା ବିଧାୟକ ସୌଭିକ ବିଶ୍ୱାଳଙ୍କ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କୀତ ମୂଳ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାଏକ କହିଛନ୍ତି ରାଜ୍ୟରେ ଏବେ ୧୯୧ଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି । ରାଜ୍ୟରେ ମାତ୍ର ୧୬ଟି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ନିର୍ମାଣାଧୀନ ୧୯୧ ପାନୀୟ ଜଳ ପ୍ରକଳ୍ପ ୩ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହେବ । ୨୦୨୫ ମାର୍ଚ୍ଚ ସୁଦ୍ଧା ୫୬ଟି ଏବଂ ଡିସେମ୍ବର ସୁଦ୍ଧା ୫୪ଟିର କାର୍ଯ୍ୟ ସରିବ । ବାକି ୮୧ଟି ପ୍ରକଳ୍ପ ୨୦୨୫ ଜୁନ୍ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ।
ବିଜଦ ସରକାରଙ୍କୁ ଟାର୍ଗେଟ କରି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ପୂର୍ବ ସରକାର ପାନୀୟ ଜଳ ଯୋଗାଣ ପାଇଁ ଯେଉଁ ଠିକାଦାରଙ୍କ ସହ ଏଗ୍ରିମେଣ୍ଟ କରିଥିଲେ, ସେମାନେ ୫୮ ପ୍ରତିଶତ ଟଙ୍କା ଉଠାଇ କେବଳ ପାଇ ବିଛାଇ ପଳେଇଛନ୍ତି । ଇନ୍ଟେକ ୱେଲ ନିର୍ମାଣ ହୋଇନି । ଯେଉଁ କାରଣରୁ କାମ ବିଳମ୍ବ ହେଉଛି । ପୂର୍ବ ସରକାରର ଭଲ ସଂଶୋଧନ କରିବା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟ କରାଯାଉଥିବା ମନ୍ତ୍ରୀ କହିଛନ୍ତି ।
ଏହାସହ ୪୮ ପ୍ରତିଶତ ଗ୍ରାମାଞ୍ଚଳର ଜନସଂଖ୍ୟା ଏର୍ଯ୍ୟନ୍ତ ସ୍ୱଚ୍ଛ ପାନୀୟ ଜଳ ପାଇପାରିନାହାନ୍ତି । ସେମାନଙ୍କୁ ପିଇବା ପାଣି ବୁନ୍ଦାଏ ସଂଗ୍ରହ କରିବାକୁ ଅନେକ ସଂଗ୍ରାମ କରିବାକୁ ପଡ଼ୁଛି । ମଙ୍ଗଳବାର ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀ ଏନେଇ ଗୃହରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏକ ପ୍ରଶ୍ନରେ ସେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକଙ୍କୁ ରାଜ୍ୟର ଗ୍ରାମାଞ୍ଚଳରେ ପିଇବା ପାଣି ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ କହିଛନ୍ତି ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରାୟ ୮୮ ଲକ୍ଷ ୬୮ ହଜାର ପରିବାର ବାସ କରନ୍ତି । ଏମାନଙ୍କର ମୋଟ ଜନସଂଖ୍ୟା ୩ କୋଟି ୮୩ ଲକ୍ଷ ୯୬ ହଜାର । ଏଥି ମଧ୍ୟରୁ ଏବେ ସୁଦ୍ଧା ପ୍ରାୟ ୪୬ ଲକ୍ଷ ୧୫ ହଜାର ପରିବାର ତଥା ୨ କୋଟି ୬୩ ହଜାର ଲୋକଙ୍କୁ ଏବେ ପିଇବା ପାଣି ବ୍ୟବସ୍ଥା କରାଯାଇଛି । ପାଇ ଯୋଗେ ସେମାନେ ପିଇବା ପାଣି ପାଇପାରୁଛନ୍ତି । ଏହାଦ୍ୱାରା ୮୪ ଲକ୍ଷ ୪୬ ହଜାର ପରିବାରଙ୍କୁ ପରିମଳ ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ରାଜ୍ୟର ସମସ୍ତ ପରିବାରକୁ ପିଇବା ପାଣି ବ୍ୟବସ୍ଥା କରିବା ଲାଗି ସରକାର କାର୍ଯ୍ୟ କରୁଛନ୍ତି । ନିର୍ମାଣଧିନ ଥିବା ପାଇ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକୁ ୨୦୨୫ ମାର୍ଚ୍ଚ ସୁଦ୍ଧା ଶେଷ କରିବା ଲାଗି ପଦକ୍ଷେ ନିଆଯାଉଥିବା ଶ୍ରୀ ନାୟକ ସୂଚନା ଦେଇଛନ୍ତି ।
ଅନ୍ୟପଟେ ବିରୋଧି ଦଳ ବିଧାୟକ ବଦ୍ରି ନାୟାୟଣ ପାତ୍ର ପାନୀୟ ଜଳ ପ୍ରକଳ୍ପକୁ ନେଇ ପ୍ରଶ୍ନକାଳରେ କହିଛନ୍ତି, ପାନୀୟଜଳ କଷ୍ଟ ଆକ୍ରୋଶ ଶିକାର ହୋଇ ନିର୍ବାଚନ ହାରିଛନ୍ତି ବିଧାୟକ । ମୁଁ ନିଜେ ଏହା ଗତ ନିର୍ବାଚନର ଅନୁଭବ କରିଛି । ଯେଉଁମାନେ କମ୍ ଭୋଟରେ ହାରିଛନ୍ତି, ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ନ ସରିବା ଏହାର ମୁଖ୍ୟ କାରଣ । ଲୋକମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା, ନିର୍ବାଚନ ପୂର୍ବରୁ ପ୍ରକଳ୍ପ ସରିବ । କିନ୍ତୁ ନ ସରିବାରୁ ଲୋକଙ୍କ ଆକ୍ରୋଶ ବଢ଼ିଥିଲା ବୋଲି ଶ୍ରୀ ପାତ୍ର କହିଛନ୍ତି ।
Also readhttps://purvapaksa.com/6418-families-waiting-for-pradhan-mantri-awas-yojana/
