ମୁମ୍ବାଇର ଏକ ବାଳକ ବିଶାଳ ଇନିଂସ ଖେଳି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଏହି ବାଳକଙ୍କ ନାମ ଆୟୂଷ ସିନ୍ଦେ । ବୟସ ମାତ୍ର ୫ ବର୍ଷ । ମୁମ୍ବାଇରେ ଚାଲିଥିବା ଅନ୍ତଃ ସ୍କୁଲ୍ ହ୍ୟାରିସ ସିଲ୍ଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚରେ ଆୟୂଷ ଅପରାଜିତ ୪୧୯ ରନ୍ର ମାରାଥନ ଇନିଂସ ଖେଳିଛନ୍ତି । ଜେନେରାଲ ଏଡୁକେସନ ଏକାଡେମୀ ପକ୍ଷରୁ ଆୟୂଷ ଏହି ମ୍ୟାଚ୍ ଖେଳି ପର୍ଲେ ତିଳକ ବିଦ୍ୟା ମନ୍ଦିର ବିପକ୍ଷରେ ମାତ୍ର ୧୫୨ଟି ବଲ୍ର ସାମ୍ନା କରି ୪୧୯ ରନ୍ ସଂଗ୍ରହ କରିଥିଲେ । ଏହି ଇନିଂସରେ ସେ ୪୩ଟି ଚୌକା ଓ ୨୪ଟି ଛକା ମାରିଥିଲେ । ଜେନେରାଲ ଏଡୁକେସନ ଏକାଡେମୀ ଉକ୍ତ ମ୍ୟାଚ୍କୁ ୪୬୪ ରନ୍ରେ ଜିତିଥିଲା ।
ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଜେନେରାଲ ଏଡୁକେସନ ଏକାଡେମୀ ୪୫ ଓଭରରେ ୫ ୱିକେଟ୍ ହରାଇ ୬୪୮ ରନ୍ ସଂଗ୍ରହ କରିଥିଲା । ଜବାବରେ ପର୍ଲେ ତିଳକ ବିଦ୍ୟାମନ୍ଦିର ୩୯.୪ ଓଭରରେ ୧୮୪ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା।
ଆୟୂଷଙ୍କ ବାପ ସୁନିଲ ସତାରା ଗ୍ରାମରେ ପରିବାର ସହ ରହୁଥିଲେ । ଆୟୂଷଙ୍କ କ୍ରିକେଟ ପ୍ରତି ଦୁର୍ବଳତା ଦେଖି ତାଙ୍କୁ କ୍ରିକେଟ୍ ପ୍ରଶିକ୍ଷଣ ଦେବା ପଇଁ ନିଷ୍ପତ୍ତି ନେଇଥିଲେ ସୁନିଲ । ସୁନା ଅଳଙ୍କାର କାରିଗର ହୋଇଥିବାରୁ ତାଙ୍କୁ ମୁମ୍ବାଇରେ କାମ ମିଳିଯାଇଥିଲା । ନଭି ମୁମ୍ବାଇର କାମୋଥେ ଅଞ୍ଚଳରେ ସେ ଏକ ସୁନା ଦୋକାନରେ କାର୍ଯ୍ୟ କରୁଛନ୍ତି ଓ ପୁତ୍ରକୁ କ୍ରିକେଟ୍ ଖେଳାଉଛନ୍ତି ।
previous article: https://purvapaksa.com/no-t20-record-is-safe-in-indias-brave-new-world/
