Author: Samir Rout

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କହିଛନ୍ତି ଯେ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟଗୁଡ଼ିକୁ ୫୦ ବର୍ଷର ସୁଧମୁକ୍ତ ଋଣ ବାବଦରେ ୧.୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଶିକ୍ଷା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭିତ୍ତିଭୂମି ମନ୍ତ୍ରଣାଳୟ ପିପିପି ମୋଡରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ତିନି ବର୍ଷର ପାଇପ୍ ଲାଇନ୍ ପ୍ରସ୍ତୁତ କରିବ। ସୀତାରମଣ କହିଛନ୍ତି ଯେ ରାଜ୍ୟଗୁଡ଼ିକୁ ପୁଞ୍ଜି ବ୍ୟୟ ପାଇଁ ୫୦ ବର୍ଷର ସୁଧମୁକ୍ତ ଋଣ ଯୋଜନା ଚଳିତ ବର୍ଷ ଜାରି ରହିବ ଏବଂ ମୋଟ ୧.୫ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯିବ। ଗତ ଜୁଲାଇ ୨୩ ତାରିଖରେ ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ ସରକାରଙ୍କ ଗତି ଶକ୍ତି ମାଷ୍ଟର ପ୍ଲାନ୍ ଅଧୀନରେ…

Read More