Author: Samir Rout

Royal Enfield sale: ଭାରତରେ ୩୫୦ ସିସିରୁ ୪୫୦ ସିସି ମୋଟରସାଇକେଲ ସେଗମେଣ୍ଟ ଡିସେମ୍ବର ୨୦୨୪ରେ ବାର୍ଷିକ ତୁଳନାରେ ୧୫.୫୫% ଅଭିବୃଦ୍ଧି ହାସଲ କରିଛି, ମୋଟ ବିକ୍ରି ୭୪,୯୬୮ ୟୁନିଟରେ ପହଞ୍ଚିଛି, ଯାହା କି ଡିସେମ୍ବର ୨୦୨୩ରେ ବିକ୍ରି ହୋଇଥିବା ୬୪,୮୮୨ ୟୁନିଟ୍ ତୁଳନାରେ ୧୦,୦୮୬ ୟୁନିଟ୍ ଅଧିକ। ରୟାଲ ଏନଫିଲ୍ଡ ଏକାଧିକ ମଡେଲ ସହ ଏହି ଏହି ତାଲିକାରେ ଆଧିପତ୍ୟ ବଜାୟ ରଖିଥିବା ବେଳେ ଟ୍ରାୟମ୍ଫ ୪୦୦, ହାର୍ଲେ-ଡେଭିଡସନ ଏକ୍ସ୪୪୦ ଏବଂ ଏପ୍ରିଲିଆ ଆରଏସ ୪୫୭ ଭଳି ନୂଆ ବାଇକ୍‍ଗୁଡ଼ିକର ବିକ୍ରିରେ ମଧ୍ୟ ବୃଦ୍ଧି ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ ଆଧିପତ୍ୟ ଜାରି ରଖିଛି। ରୟାଲ ଏନଫିଲ୍ଡ କ୍ଲାସିକ୍ ୩୫୦ ସର୍ବାଧିକ ବିକ୍ରି ହୋଇଛି। ଗତ ଡିସେମ୍ବରରେ ମୋଟ ୨୯,୬୩୭ଟି କ୍ଲାସିକ-୩୫୦ ବିକ୍ରି ହୋଇଛି। ଡିସେମ୍ବର ୨୦୨୩ରେ ବିକ୍ରି ହୋଇଥିବା ୨୧,୨୩୪ ୟୁନିଟ୍ ତୁଳନାରେ ଏଥର ୩୯.୫୭% ବୃଦ୍ଧି ପାଇଛି। ନିକଟରେ ନବୀକରଣ କରାଯାଇଥିବ ବୁଲେଟ୍-୩୫୦ ୧୪,୦୪୯ ୟୁନିଟ୍…

Read More