Author: Samir Rout

କେରଳରେ ଖେଳିବ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‍ ଭାରତୀୟ କ୍ରୀଡ଼ା ପ୍ରେମୀଙ୍କ ପଇଁ ଖୁସି ଖବର । ବିଶ୍ୱର ଶ୍ରେଷ୍ଠ ଫୁଟବଲ୍ ଖେଳି ଲିଓନେଲ ମେସି ଓ ତାଙ୍କ ବିଶ୍ୱ ଚାମ୍ପିଅନ୍ ଆର୍ଜେଣ୍ଟିନା ଦଳ ଆସନ୍ତା ବର୍ଷ ଏକ ବନ୍ଧୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପଇଁ ଭାରତ ଆସୁଛି । କେରଳର କୌଣସି ଏକ ଷ୍ଟାଡ଼ିୟମରେ ଏହି ମ୍ୟାଚ୍ ଖେଳାଯିବ । ଆଜି କେଳର କ୍ରୀଡ଼ାମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ ଡକାଇ ଏବିଷୟରେ ଘୋଷଣା କରିଛନ୍ତି । ମ୍ୟାଚ୍ ତାରିଖ ଚୂଡ଼ାନ୍ତ ହୋଇନାହିଁ । ମାତ୍ର କେରଳ ସଫଳତାର ସହ ବିଶ୍ୱ ଚାମ୍ପିଅନ ଦଳର ମ୍ୟାଚକୁ ଆୟୋଜନ କରିବ ବୋଲି କ୍ରୀଡ଼ା ମନ୍ତ୍ରୀ କହିଛନ୍ତି । ୧୪ବର୍ଷ ପରେ ଆର୍ଜେଣ୍ଟିନା ଫୁଟବଲ୍‍ ଦଳ ଭାରତ ଗସ୍ତେର ଆସୁଛି। ଶେଷ ଥର ପାଇଁ ୨୦୧୧ରେ ଆର୍ଜେଣ୍ଟିନା ଦଳ ଭାରତ ଗସ୍ତରେ ଆସିଥିଲା। ମେସି ସେତେବେଳେ ଏଫସି ବାର୍ସେଲୋନା ପକ୍ଷରୁ ଖେଳୁଥିଲେ। ଆର୍ଜେଣ୍ଟିନା ଓ ଭେନେଜୁଏଲା ମଧ୍ୟରେ…

Read More