Author: NAZMEEN PARWEEN

ରାଜ୍ୟସଭା; ଭାରତୀୟ ସଂସଦର ଉପର ସଦନ। ସଂବିଧାନ ଅନୁଯାୟୀ ରାଜ୍ୟମାନଙ୍କ ପ୍ରତିନିଧିତ୍ୱର ମଞ୍ଚ। କିନ୍ତୁ ଏହି ପ୍ରତିନିଧିତ୍ୱ ସଦା ସର୍ବଦା ଭୌଗୋଳିକ ମୂଳରେ ସୀମିତ ରହେନି। ଦଳୀୟ ରଣନୀତି, ଜାତୀୟ ସମୀକରଣ ଓ ନେତୃତ୍ୱର ପ୍ରାୟୋଗିକ ଆବଶ୍ୟକତା ଅନୁଯାୟୀ ବହୁ ସମୟରେ ଏକ ରାଜ୍ୟରୁ ଅଣଓଡ଼ିଆ କିମ୍ବା ଅଣସ୍ଥାନୀୟ ପ୍ରାର୍ଥୀଙ୍କୁ ମଧ୍ୟ ରାଜ୍ୟସଭାକୁ ପଠାଯାଇଛି। ଓଡ଼ିଶା ମଧ୍ୟ ଏହି ଅପବାଦରୁ ମୁକ୍ତ ନୁହେଁ। ୨୦୨୬ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ଏକ ପ୍ରଶ୍ନ ପୁଣିଥରେ ରାଜନୈତିକ ମହଲରେ ଉଠିଥିଲା—ଏଥର ମଧ୍ୟ କ’ଣ ଓଡ଼ିଶାରୁ ଅଣଓଡ଼ିଆ ପ୍ରାର୍ଥୀ ଦେଖିବାକୁ ମିଳିବ? ନା ଦଳମାନେ ସ୍ଥାନୀୟ ମୁହଁକୁ ଅଗ୍ରଗତି ଦେବେ? କିନ୍ତୁ ବିଜେଡି ସଭାପତି ନବୀନ ପଟ୍ଟଠନାୟକଙ୍କ ଏକ ତରଫା ପ୍ରାର୍ଥୀ ଘୋଷଣା ଯୋଗୁ ବିଜେପି ବାଧ୍ୟ ହୋଇ ରାଜ୍ୟର ନେତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। କାରଣ ବିଜେପି ଭୟ କଲା ରାଜ୍ୟ ବାହାରର ପ୍ରାର୍ଥୀଙ୍କୁ ଓଡ଼ିଶାରୁ ନିର୍ବାଚନ ଲଢ଼ାଇଲେ ଲାଭ ହେବା…

Read More