Author: NAZMEEN PARWEEN

ଆଧୁନିକ ଯୁଦ୍ଧ କେବଳ ସୀମା କିମ୍ବା ବାରୁଦରେ ସୀମିତ ନାହିଁ। ଏହା ଏବେ ଏକ ଜଟିଳ ଗାଣିତିକ ସମୀକରଣରେ ପରିଣତ ହୋଇଛି, ଯେଉଁଠି ‘ଡଲାର୍’ ବନାମ ‘ଡ୍ରୋନ୍’ର ଲଢ଼େଇ ଚାଲିଛି। ସାମ୍ପ୍ରତିକ ମଧ୍ୟପ୍ରାଚ୍ୟ ସଙ୍କଟ, ବିଶେଷ କରି ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଜାରି ରହିଥିବା ସଂଘର୍ଷ, ବିଶ୍ୱ ଅର୍ଥନୀତି ପାଇଁ ଏକ ଚେତାବନୀ ପାଲଟିଛି। ଆମେରିକାର ଅପରେସନ୍ ‘ଏପିକ ଫ୍ୟୁରି’ (Operation Epic Fury) କେବଳ ସାମରିକ ଅଭିଯାନ ନୁହେଁ, ବରଂ ଏହା ଆମେରିକାର ଆର୍ଥିକ ଶକ୍ତିର ଏକ ଅଗ୍ନିପରୀକ୍ଷା। ଆସିମେଟ୍ରିକାଲ୍ ଓ୍ୱାରଫେୟାର୍: ଶସ୍ତା ଡ୍ରୋନ୍‌ର ମାରାତ୍ମକ ପ୍ରଭାବ ଇରାନ ଏବେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାକୁ ତାର ସବୁଠାରୁ ଦୁର୍ବଳ ସ୍ଥାନରେ ଆଘାତ କରିଛି, ଆଉ ସେହି ସ୍ଥାନଟି ହେଉଛି ‘ଖର୍ଚ୍ଚ’। ଇରାନ ପ୍ରସ୍ତୁତ କରୁଥିବା ଗୋଟିଏ କାମିକାଜେ ଡ୍ରୋନର ମୂଲ୍ୟ ମାତ୍ର ୨୦୦୦ ଡଲାରରୁ ୫୦୦୦ ଡଲାର ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୧୫ ରୁ…

Read More