Author: NAZMEEN PARWEEN

ଓଡ଼ିଶାରେ ପୁଣିଥରେ କି ଟେଣ୍ଡର ଫିକ୍ସିଂର ପୁରୁଣା ଛାୟା ଫେରିଆସୁଛି? ଯେଉଁ ସରକାର “ଜିରୋ ଟଲରେନ୍ସ” ଏବଂ “ଓଡ଼ିଆ ଅସ୍ମିତା”ର ନାରା ଦେଇ ଶାସନକୁ ଆସିଥିଲା, ସେଠି କ’ଣ ଏବେ ଅଫିସର ଓ କିଛି ପ୍ରଭାବଶାଳୀ ନେତାଙ୍କ ମନମାନି ଚାଲିଛି? କାହିଁକି ଓଡ଼ିଆ ଠିକାଦାରମାନେ ଆଜି ଆନ୍ଦୋଳନର ମାର୍ଗ ଧରିବାକୁ ବାଧ୍ୟ ହେଉଛନ୍ତି? ଏହି ସମସ୍ତ ପ୍ରଶ୍ନର କେନ୍ଦ୍ରବିନ୍ଦୁ ହୋଇଉଠିଛି ନୟାଗଡ଼ ଡିଭିଜନ୍‌ର ଏକ ଟେଣ୍ଡର ଘଟଣା, ଯାହା ଏବେ ରାଜ୍ୟର ନିର୍ମାଣ ଓ ପ୍ରକଳ୍ପ ପ୍ରଣାଳୀକୁ ନେଇ ଗଭୀର ସନ୍ଦେହ ସୃଷ୍ଟି କରିଛି। ଡାହୁକା ସ୍ରୋତ ନିୟନ୍ତ୍ରଣ ବନ୍ଧ: ଘଟଣାର ଆରମ୍ଭ ୨୦୨୫ ଡିସେମ୍ବରରେ ନୟାଗଡ଼ ଡିଭିଜନ୍‌ର ଡାହୁକା ସ୍ରୋତ ନିୟନ୍ତ୍ରଣ ବନ୍ଧ ପାଇଁ ଟେଣ୍ଡର ଡାକାଯାଇଥିଲା। ଏହା ଜଳସମ୍ପଦ ବିଭାଗ ଅଧୀନର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ଅନେକ ଠିକାଦାର ସଂସ୍ଥା ଆବେଦନ କରିଥିଲେ। ପ୍ରକ୍ରିୟା ସାଧାରଣ ଭାବେ ଆଗକୁ ବଢ଼ୁଥିବା ସମୟରେ ହଠାତ୍ ବିନା ସ୍ପଷ୍ଟ କାରଣରେ ଟେଣ୍ଡର ବାତିଲ୍…

Read More