Author: NAZMEEN PARWEEN

ଓଡ଼ିଶାର ଗ୍ରାମାଞ୍ଚଳରେ ଗୋଟିଏ ପୁରୁଣା କଥା ରହିଛି— “ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି।” ଅର୍ଥାତ୍ କୌଣସି କାମ ଆରମ୍ଭ ହେବା ପୂର୍ବରୁ ଯଦି ତାହା ଅସୁବିଧାରେ ପଡ଼ିଯାଏ, ତେବେ ଏହି କଥା କୁହାଯାଏ। ଓଡ଼ିଶାର ରାଜନୀତିକ ପରିଦୃଶ୍ୟରେ ଏବେ ଏହି କଥାଟି ଏକ ନୂଆ ଅର୍ଥ ନେଇ ଆସିଛି। ବିଜୁ ଜନତା ଦଳ (ବିଜେଡି) ପ୍ରାୟୋଜିତ ମିଳିତ ରାଜ୍ୟସଭା ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ନେଇ ଯେପରି ଦଳ ମଧ୍ୟରେ ଅସନ୍ତୋଷ ଓ ବିଦ୍ରୋହ ଦେଖାଦେଇଛି, ତାହା ଏହି କଥାକୁ ଆଉ ଅଧିକ ସାର୍ଥକ କରୁଛି। ରାଜ୍ୟସଭା ନିର୍ବାଚନ ଯେଉଁଥିରେ ସାଧାରଣତଃ ଦଳୀୟ ଗଣିତ ଓ ରାଜନୈତିକ ସମୀକରଣ ଅନୁସାରେ ଫଳାଫଳ ପ୍ରାୟ ନିର୍ଦ୍ଧାରିତ ହୋଇଥାଏ, ସେଠାରେ ଏବେ ଓଡ଼ିଶାରେ ଏକ ଅପୂର୍ବ ରାଜନୀତିକ ନାଟକ ଦେଖିବାକୁ ମିଳୁଛି। ବିଜେଡି ଓ କଂଗ୍ରେସ ମଧ୍ୟରେ ହୋଇଥିବା ସାମୟିକ ବୁଝାମଣା ଏବେ ବିଜେଡି ଭିତରେ ଗଭୀର ଅସନ୍ତୋଷର ରୂପ ନେଇଛି।…

Read More