Author: NAZMEEN PARWEEN

ଭାରତୀୟ ଗଣତନ୍ତ୍ରରେ ରାଜନୀତି କେବଳ ଶକ୍ତିର ଖେଳ ନୁହେଁ, ଏହା ଜନମତର ଆଦର୍ଶ ଓ ନୀତିମୂଳକ ଦାୟିତ୍ୱର ଏକ ମିଶ୍ରଣ। ଯେଉଁଠାରେ ନେତାମାନେ କେବଳ ନୀତି ନିର୍ଦ୍ଦେଶକ ନୁହେଁ, ସେମାନେ ଜନସାଧାରଣଙ୍କ ପାଇଁ ଆଦର୍ଶ ମଧ୍ୟ ହୋଇଥାନ୍ତି। କିନ୍ତୁ ଏବେର ରାଜନୀତିର ଚିତ୍ରଟି ଦେଖିଲେ ଲାଗୁଛି—ଅଭିଯୋଗ, ପ୍ରତିଅଭିଯୋଗ ଓ ବ୍ୟକ୍ତିଗତ ଆକ୍ରମଣ, କୁତ୍ସାରଟନା ଏବେ ମୂଖ୍ୟ ଅସ୍ତ୍ର ହୋଇଯାଇଛି। ଏହି ପରିପ୍ରେକ୍ଷିରେ କଂଗ୍ରେସ ନେତା ପବନ ଖେଡ଼ାଙ୍କ ଦ୍ୱାରା ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ବିରୋଧରେ ଆଣାଯାଇଥିବା ଅଭିଯୋଗ ଓ ପରବର୍ତ୍ତୀ ଘଟଣାବଳୀ ଭାରତୀୟ ରାଜନୀତିର ନୂଆ ଦିଗକୁ ଉଜାଗର କରିଛି। ଭାରତୀୟ ରାଜନୀତିରେ ବାକ୍-ଯୁଦ୍ଧ କିଛି ନୂଆ କଥା ନୁହେଁ, କିନ୍ତୁ ଯେତେବେଳେ ଏହି ବାକ୍-ଯୁଦ୍ଧ ମର୍ଯ୍ୟାଦାର ସୀମା ଲଂଘନ କରି ବ୍ୟକ୍ତିଗତ ଆକ୍ଷେପ ଏବଂ ମିଥ୍ୟା ଅଭିଯୋଗର ରୂପ ନିଏ, ସେତେବେଳେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଚିନ୍ତିତ ହେବା ସ୍ଵାଭାବିକ। ସାମ୍ପ୍ରତିକ ସମୟରେ କଂଗ୍ରେସ ମୁଖପାତ୍ର ପବନ ଖେଡ଼ା ଏବଂ…

Read More