Author: NAZMEEN PARWEEN

ଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋରଦାର: ଇଣ୍ଡି ମେଣ୍ଟ ନା ସ୍ୱତନ୍ତ୍ର ରଣନୀତି, କେଉଁ ପଥରେ ବିଜେଡି? ବିଜୁ ଜନତା ଦଳ (ବିଜେଡି)ର ଭବିଷ୍ୟତ ରାଜନୈତିକ ଅବସ୍ଥାନକୁ ନେଇ ଓଡ଼ିଶା ରାଜନୀତିରେ ପୁଣିଥରେ ଚର୍ଚ୍ଚା ତୀବ୍ର ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ଆସନ୍ତା ୮ ତାରିଖରେ ହେବାକୁ ଥିବା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ (INDIA)ର ବୈଠକକୁ ନେଇ ବିଭିନ୍ନ ରାଜନୈତିକ ମହଳରେ ନୂଆ ଆଲୋଚନା ଆରମ୍ଭ ହୋଇଛି। ଗତ ବର୍ଷ ଓଡ଼ିଶାରେ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ କ୍ଷମତା ହରାଇବା ପରେ ବିଜେଡିର ଜାତୀୟ ଏବଂ ରାଜ୍ୟ ସ୍ତରର ରାଜନୈତିକ ରଣନୀତିକୁ ନେଇ ଲଗାତାର ପ୍ରଶ୍ନ ଉଠୁଛି। ଦଳ ବର୍ତ୍ତମାନ ବିରୋଧୀ ଭୂମିକାରେ ଥିବାବେଳେ, ବିଜେପି ବିରୋଧରେ ତାହାର ଅବସ୍ଥାନ କେତେ ଆକ୍ରମଣାତ୍ମକ ହେବ ସେନେଇ ମଧ୍ୟ ରାଜନୈତିକ ବିଶ୍ଳେଷଣ ଚାଲିଛି। ୮ ତାରିଖରେ ଇଣ୍ଡି ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସୂଚନା ଅନୁସାରେ,…

Read More