Author: NAZMEEN PARWEEN

ଗୋଟିଏ ପ୍ରସଙ୍ଗ, ଯାହା ଓଡ଼ିଶାର ଶିକ୍ଷା ଓ ପ୍ରଶାସନିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣରୂପେ ବଦଳାଇ ଦେବାକୁ ଯାଉଛି। କେବଳ ସେତିକି ନୁହେଁ ରାଜ୍ୟର ମେଧାବୀ ଛାତ୍ରମାନଙ୍କୁ ବଳି ପକାଇବା ପାଇଁ ୪ଜଣ ଚଷା ନେତା ଯେଉଁ ଚକ୍ରାନ୍ତ ଆରମ୍ଭ କରିଛନ୍ତି ସେଥିରେ ମୋହନ ସରକାର ମୋହରା ପାଲଟି ଯାଇଛନ୍ତି। ଓଡ଼ିଶା ସରକାର ନିକଟରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି—ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣର ସୀମାକୁ ବଢ଼ାଇ ଦିଆଯାଇଛି। କିନ୍ତୁ ପ୍ରଶ୍ନ ଉଠୁଛି, ଯେଉଁ ରାଜ୍ୟରେ ଏପର୍ଯ୍ୟନ୍ତ ଜାତିଭିତ୍ତିକ ଜନଗଣନା ଆସିନାହିଁ, ସେଠାରେ କେଉଁ ଆଧାରରେ ଏହି ସଂରକ୍ଷଣ ପରିମାଣ ସ୍ଥିର କରାଗଲା? ଏହା କ’ଣ ପ୍ରକୃତରେ ସାମାଜିକ ନ୍ୟାୟ, ନା କେବଳ ଭୋଟ୍ ବ୍ୟାଙ୍କ ରାଜନୀତିର ଏକ ନୂଆ ମୋହରା? ଆମେ ଏକ ଜାତିବିହୀନ ଓ ଶ୍ରେଣୀବିହୀନ ସମାଜ ଗଠନର ସ୍ୱପ୍ନ ଦେଖୁଛୁ, ନା ସମାଜକୁ ସଂରକ୍ଷଣର ଜାଲରେ ଛନ୍ଦି ଖଣ୍ଡବିଖଣ୍ଡିତ କରୁଛୁ?  କ୍ୟାବିନେଟ୍‌ର ନିଷ୍ପତ୍ତି – କାହାକୁ କେତେ ମିଳିଲା? ମୋହନ…

Read More