Author: NAZMEEN PARWEEN

ଆଇପିଏଲ୍ ଇତିହାସରେ ‘ମୁମ୍ବାଇ ଇଣ୍ଡିଆନ୍ସ’ ଏକ ଏମିତି ନାଁ ଯାହା ଶୁଣିଲେ ବିରୋଧୀ ଦଳର ମନରେ ଛନକା ପଶେ। ପାଞ୍ଚଥରର ଚାମ୍ପିୟନ, ଅଗଣିତ ଷ୍ଟାର ଖେଳାଳି ଏବଂ ଦୁନିଆର ସବୁଠୁ ଶକ୍ତିଶାଳୀ ଟିମ୍ ମ୍ୟାନେଜମେଣ୍ଟ। କିନ୍ତୁ ଗତ କିଛିବର୍ଷ ହେବ ମୁମ୍ବାଇ ଇଣ୍ଡିଆନ୍ସର ସେହି ପୁରୁଣା ଗୌରବ ଏବେ କୁଆଡ଼େ ହଜିଯାଇଛି। ବିଶେଷ କରି ଯେତେବେଳେ ଏହି ଦଳ ନିଜର ଘରୋଇ ମୈଦାନ ‘ୱାଙ୍ଖେଡେ’ ବାହାରେ ଖେଳିବାକୁ ଯାଉଛି, ସେତେବେଳେ ସେମାନଙ୍କର ବିଜୟ ରଥ ଅଧା ବାଟରେ ଅଟକି ଯାଉଛି। ନିକଟରେ ଆସିଥିବା ଏକ ପରିସଂଖ୍ୟାନ ମୁମ୍ବାଇ ପ୍ରଶଂସକଙ୍କୁ ମର୍ମାହତ କରିଛି। ୨୦୨୩ ସିଜିନ୍ ପରଠାରୁ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଘର ବାହାରେ ଖେଳିଥିବା ମ୍ୟାଚ୍ ମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ମ୍ୟାଚ୍ ହାରିଛି। ଏହି ସଫଳ ଦଳ କ’ଣ ଏବେ କେବଳ ‘ହୋମ୍ ଗ୍ରାଉଣ୍ଡ୍’ର ଚାମ୍ପିୟନ ହୋଇ ରହିଯାଇଛି? କାହିଁକି ବାହ୍ୟ ପରିବେଶରେ ଏହି ଦଳର ଦମ୍‍ ହୁଗୁଳି ଯାଉଛି?…

Read More