Author: NAZMEEN PARWEEN

ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନକୁ ନେଇ ଓଡ଼ିଶା ରାଜନୀତିରେ ଏବେ ତୀବ୍ର ଚର୍ଚ୍ଚା ଓ ଉତ୍ସୁକତା ସୃଷ୍ଟି ହୋଇଛି। ସାଧାରଣତଃ ରାଜ୍ୟସଭା ନିର୍ବାଚନ ଅଧିକ ଆଲୋଚନାର ବିଷୟ ହୁଏନି, କାରଣ ଏହାର ଫଳାଫଳ ସଂଖ୍ୟାଗଣିତ ଉପରେ ନିର୍ଭର କରେ। କିନ୍ତୁ ଏଥର ଓଡ଼ିଶାର ରାଜ୍ୟସଭା ନିର୍ବାଚନ ସାଧାରଣ ନୁହେଁ। ୪ଟି ଆସନ ପାଇଁ ହେଉଥିବା ଏହି ନିର୍ବାଚନରେ ୫ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ଯଦିଓ ପ୍ରଥମ ତିନିଟି ଆସନର ଫଳାଫଳ ପ୍ରାୟ ସ୍ପଷ୍ଟ ଦେଖାଯାଉଛି, ଚତୁର୍ଥ ଆସନଟି ଏବେ ସମଗ୍ର ରାଜନୀତିର କେନ୍ଦ୍ରବିନ୍ଦୁ ହୋଇପଡ଼ିଛି। ଏହି ଆସନ ପାଇଁ ବିଜେଡି–କଂଗ୍ରେସ ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ଓ ବିଜେପି ସମର୍ଥିତ ପ୍ରାର୍ଥୀ ଶିଳ୍ପପତି ଦିଲ୍ଲୀପ ରାୟଙ୍କ ମଧ୍ୟରେ ତୀବ୍ର ଲଢ଼େଇ ହେବାକୁ ଯାଉଛି। ଏହି ଲଢ଼େଇକୁ ନେଇ ଏବେ ରାଜନୀତିକ ମହଲରେ ଏକ ଚମତ୍କାର ଚର୍ଚ୍ଚା ଚାଲିଛି— ଏହି ଆସନ ପାଇଁ ପ୍ରାୟ ୧୦୦…

Read More