Author: NAZMEEN PARWEEN

ଓଡ଼ିଶାର ରାଜନୀତି ସବୁବେଳେ ଏକ ଅଲଗା ଧାରାରେ ଚାଲିଆସିଛି। ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ଯେପରି ସରକାର ବଦଳ ଓ ରାଜନୀତିକ ଅସ୍ଥିରତା ସାଧାରଣ ଘଟଣା, ଓଡ଼ିଶାରେ ତାହା ଦୀର୍ଘ ସମୟ ଧରି ଦେଖାଯାଇନାହିଁ। ୨୦୦୦ ମସିହାରୁ ୨୦୨୪ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଓଡ଼ିଶାର ରାଜନୀତିକୁ ଏକ ପ୍ରକାର ସ୍ଥିରତା ଦେଇଆସିଛି। କିନ୍ତୁ ରାଜନୀତିରେ ସ୍ଥାୟୀ କିଛି ନ ଥାଏ। ଦେଶର ରାଜନୀତିକ ପରିଦୃଶ୍ୟ ଯେପରି ଦ୍ରୁତ ଗତିରେ ବଦଳୁଛି, ତାହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିପାରେ ବୋଲି ଏବେ ଅନେକ ଭାବୁଛନ୍ତି। ବିଶେଷକରି ରାଜ୍ୟସଭା ନିର୍ବାଚନକୁ ନେଇ ଯେପରି ରାଜନୀତିକ ଚର୍ଚ୍ଚା ଓ ଅନୁମାନ ଆରମ୍ଭ ହୋଇଛି, ତାହା ଓଡ଼ିଶାର ରାଜନୀତିରେ ଆସନ୍ତା ଦିନରେ ଏକ ନୂଆ ଅଧ୍ୟାୟ ଖୋଲିପାରେ। କିନ୍ତୁ ୨୦୨୪ ନିର୍ବାଚନ ପରେ ଏହି ସ୍ଥିରତାର ପ୍ରାଚୀରରେ ଫାଟ ଦେଖାଦେଇଛି। ରାଜନୀତିକ ମହଲରେ ଏବେ ଏକ ଶବ୍ଦ ବହୁତ ଚର୍ଚ୍ଚାରେ ରହିଛି —…

Read More