Author: Sarasinee Subudhi

ପାକିସ୍ତାନ ସହ ମିଶି ଭାରତ ସାଙ୍ଗରେ ଖେଳ କରୁଛି ଆମେରିକା। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନିର ଜୁନ୍ ୧୪ ତାରିଖରେ ୱାଶିଂଟନରେ ଆମେରିକୀୟ ସାମରିକ ପରେଡ୍‌ରେ ଯୋଗଦେବେ ବୋଲି ନିଶ୍ଚିତ କରିବା ପରେ ଧରପଡ଼ିଛି ଏହି ପୁରୁଣା ଖେଳ। ଏହି ଗସ୍ତ ସମୟରେ, ସେ ବୈଦେଶିକ ବିଭାଗ ଏବଂ ପେଣ୍ଟାଗନର ଅଧିକାରୀମାନଙ୍କୁ ମଧ୍ୟ ଭେଟିବେ ବୋଲି ଜଣାପଡ଼ିଛି। ଆସିମ ମୁନିର ଏହି ସପ୍ତାହରେ ୱାଶିଂଟନ୍ ଡିସିରେ ଆମେରିକୀୟ ସେନାର ୨୫୦ତମ ବାର୍ଷିକୀ ସମାରୋହରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରିବେ ବୋଲି ଜଣାପଡ଼ିଛି। ୱାଶିଂଟନ୍‍ରୁ ମୁନିରଙ୍କୁ ନିମନ୍ତ୍ରଣ ମିଳିବା ପରେ, ସେ ଆମେରିକାରର ଏହି ସାମରିକ ପରେଡ୍‌ରେ ତାଙ୍କର ଉପସ୍ଥିତି ନିଶ୍ଚିତ କରିଛନ୍ତି ବୋଲି ସୂତ୍ରରୁ ଜଣା ପଡିଛି, ଏହିଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୭୯ତମ ଜନ୍ମଦିନ ମଧ୍ୟ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ତାଙ୍କର ଏହି ଗସ୍ତ ଚର୍ଚ୍ଚାର ବିଷୟ ପାଲଟିଛି।…

Read More