Author: Sarasinee Subudhi

ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଶାସନର ୧୧ ବର୍ଷ ପୂରଣ କରିଛନ୍ତି । ନିର୍ବିବାଦୀୟ କଥା ହେଉଛି, ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ତା’ର ସ୍ଥିତିକୁ ସୁଦୃଢ଼ କରି ରାଜନୀତିକ ଦୃଶ୍ୟପଟରେ ନିଜର ଶାସନ କାର୍ଯ୍ୟ ଚଳାଇ ନେବାରେ ସକ୍ଷମ ହୋଇ ପାରିଛି । ଯଦିଓ ୨୦୨୪ ସାଧାରଣ ନିର୍ବାଚନରେ ଲୋକମାନେ ଏକ ପ୍ରକାର ମିଶ୍ରିତ ଭୋଟ ଦାନ କରିଥିଲେ ତଥାପି ବିଜେପି ପୁଣି କ୍ଷମତାକୁ ଆସିଲା ଓ ପୂର୍ବର କାର୍ଯ୍ୟକୁ ଜାରୀ ରଖିବା ଆରମ୍ଭ କଲା । ୨୦୧୪ରେ ଯେଉଁ ଭାରତ ବିଶ୍ୱର ଦଶମ ବୃହତ୍ତମ ଅର୍ଥନୀତି ଭାବରେ ପରିଗଣିତ ହେଉଥିଲା, ସେହି କ୍ଷେତ୍ରରେ ବର୍ତ୍ତମାନ ଏକ ଲମ୍ଫ ପ୍ରଦାନ ଦେଖା ଯାଇଛି ଏବଂ ଏହା ବର୍ତ୍ତମାନ ଜାପାନ ଏବଂ ଜର୍ମାନୀର ଅର୍ଥନୀତିକୁ ପଛରେ ପକାଇ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ ଉଭା ହେବା ସ୍ଥିତିରେ ରହିଛି। ଏହି ଅଭିବୃଦ୍ଧିର ଅଧିକାଂଶ ଭାଗ ହୁଏତ ଜୈବିକ…

Read More