Author: Sarasinee Subudhi

ଚୀନ୍ ଦ୍ୱାରା ତିବ୍ଦତୀୟ ପିଲାମାନଙ୍କୁ ବୋର୍ଡିଂ ସ୍କୁଲରେ ରଖିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ‘ତିବ୍ଦତୀୟ ଆକ୍ସନ ଇନଷ୍ଟିଚ୍ୟୁଟ୍’ (ଟିଏଆଇ)ର ଏକ ରିପୋର୍ଟ ଅନୁଯାୟୀ, ଚୀନ୍ ପ୍ରାୟ ୧୦ ଲକ୍ଷ ତିବ୍ଦତୀୟ ପିଲାଙ୍କୁ ଜୋରଜବରଦସ୍ତି ନିଜ ପ୍ରଶାସନ ଦ୍ୱାରା ପରିଚାଳିତ ବୋର୍ଡିଂ ସ୍କୁଲରେ ରଖିଛି। ଏଥିମଧ୍ୟରୁ ୧ ଲକ୍ଷ ପିଲାଙ୍କ ବୟସ ୪ ରୁ ୬ ବର୍ଷ ମଧ୍ୟରେ ରହିଛି । ରିପୋର୍ଟରେ କୁହାଯାଇଛି ଯେ ଏହି ପିଲାମାନେ ନିର୍ଯାତନା, ଅବହେଳା ଏବଂ ବୈଚାରିକ ଚାପର ସମ୍ମୁଖୀନ ହେଉଛନ୍ତି। ଏହା ସହିତ, ସେମାନଙ୍କର ପରିଚୟ ଲିଭାଇ ଦେବାକୁ ଚେଷ୍ଟା କରାଯାଉଛି। ଏହା କରି ଚୀନ ତିବ୍ଦତର ସଂସ୍କୃତିକୁ ନଷ୍ଟ କରିବାକୁ ଚାହୁଁଛି। ରିପୋର୍ଟରେ ଭୟଙ୍କର ଦାବି ‘ତିବ୍ଦତୀୟ ଆକ୍ସନ ଇନଷ୍ଟିଚ୍ୟୁଟ୍’ର ଏହି ରିପୋର୍ଟରେ କିଛି ପିଲାଙ୍କ ପିତାମାତାଙ୍କ ବୟାନ ଉଦ୍ଧୃତ କରାଯାଇଛି। ଅଭିଭାବକମାନେ କହିଛନ୍ତି ଯେ ସେମାନଙ୍କ ପିଲାମାନଙ୍କୁ ନିର୍ଯାତନା ଦିଆଯାଉଛି। ସେମାନଙ୍କ ଉପଯୁକ୍ତ ଯତ୍ନ ନିଆଯାଉ ନାହିଁ। ସେମାନଙ୍କୁ…

Read More