Author: Sarasinee Subudhi

ରାଜ୍ୟର ବିଜେପି ସରକାର ବିରୋଧରେ କଂଗ୍ରେସ ପକ୍ଷରୁ ୧୮ ତାରିଖରେ ଅନାସ୍ଥା ନୋଟିସ ଅଣାଯାଇଥିଲା। କଂଗ୍ରେସର ସମସ୍ତ ୧୪ ବିଧାୟକ ଏବଂ ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏହି ଅନାସ୍ଥା ନୋଟିସ ଦେଇଥିଲେ। ନୋଟିସକୁ ସମର୍ଥନ ପାଇଁ ବିଜେଡିର ସହଯୋଗ ଲୋଡ଼ିଥିଲେ । ହେଲେ ବିଜେଡି ଏହି ନିଷ୍ପଭିକୁ ଗଡ଼ାଇ ଦେଇଥିଲା। ଦିଲ୍ଲୀରେ ଥାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିରବ ରହିଥିଲେ । ଭୁବନେଶ୍ୱରରେ ଦଳ ଚୁପ ରହିଥିଲା। ତେବେ ପରଦିନ ହିଁ ଦଳ ପକ୍ଷରୁ ଏକ ଭିନ୍ନ ରଣନୀତି ଆପଣାଯଇ ବିଧାନସଭାକୁ ଅଚଳ କରାଯାଇଥିଲା। ହଠାତ ସାର ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକମାନେ ଗୃହ ମଧ୍ୟଭାଗରେ ହୋ-ହଲ୍ଲା କରିଥିଲେ ଏବଂ ବାଚସ୍ପତି ତୁରନ୍ତ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ। ପୁନର୍ବାର ଅପରାହ୍ନରେ ସମାନ ପରିସ୍ଥିତିରେ ପରଦିନ ପାଇଁ ବାଚସ୍ପତି ଗୃହ ମୁଲତବୀ ରଖୁଥିଲେ। ବାଚସ୍ପତି କହିଥିଲେ ଯେ, କଂଗ୍ରେସର ଅନାସ୍ଥା ନୋଟିସ ସେ ପାଇଛନ୍ତି।…

Read More