Author: Sarasinee Subudhi

ଦେଶର ସର୍ବାଧିକ ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ଆଦାୟ ହେଉଥିବା ଜିଲ୍ଲା ହେଉଛି କେନ୍ଦୁଝର। ଏହି ଜିଲ୍ଲାର ଜିଲ୍ଲା ଖଣିଜ ପାଣ୍ଠିକୁ ଅଫିସରମାନେ ନିଜର ବାସଭବନ ସଜାଇବା ସହିତ ରାଜନୈତିକ ଦଳର ଇଛ୍ଛା ଅନୁସାରେ ବିନିଯୋଗ କରୁଥିବା ଅନେକ ନଜିର ରହିଛି। କିନ୍ତୁ ଜିଲ୍ଲାର ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବା କ୍ଷେତ୍ରରେ ଅଧିକାରୀମାନେ ଆଖି ବୁଜି ଦେଇଛନ୍ତି। ଏହାର ବଡ଼ ଉଦାହରଣ ହେଉଛି ତେଲକୋଇ ବ୍ଲକ ଅନ୍ତର୍ଗତ ତାଳପଡ଼ା ପଞ୍ଚାୟତର ବଡ଼ଖମଣ ଗାଁ। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରର ତେଲକୋଇ ବ୍ଲକ ଅନ୍ତର୍ଗତ ତାଳପଡ଼ା ପଞ୍ଚାୟତର ବଡ଼ଖମଣ ଗାଁର ବାସିନ୍ଦାମାନେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ) ଚାଉଳ ସଂଗ୍ରହ କରିବା ପାଇଁ ସମାକୋଇ ନଦୀ ପାର ହୋଇ ନିଜ ଜୀବନକୁ ବାଜି ଲଗାଇବାକୁ ବାଧ୍ୟ ହେଉଛନ୍ତି। ଏହି ଅଞ୍ଚଳରେ ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠାରେ ସ୍ଥାନୀୟ ଲୋକମାନେ ଭାରୀ ବସ୍ତା ଚାଉଳ ବୋହି ଫୁଲିଯାଇଥିବା ନଦୀ ଦେଇ…

Read More