Author: Sarasinee Subudhi

ରାଜ୍ୟର ବିଜେପି ସରକାରରେ ଆରମ୍ଭରୁ ବିବାଦ ସୃଷ୍ଟି କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅଡ଼ୁଆରେ ପକାଉଥିବା ମନ୍ତ୍ରୀ ହେଲେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ତାଙ୍କ ନାମରେ ପ୍ରଥମ କରି ବିଧାନସଭାରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଏପରିକି ସେ ନିଜକୁ ଜଣେ କୁହାଳିଆ ତଥା ବିଫଳ ମନ୍ତ୍ରୀ ଭାବରେ ପ୍ରମାଣିତ କରିଛନ୍ତି। ଏବେ ସେ ଆଉ ଏକ ବିବାଦରେ ପଡ଼ିବାକୁ ଯାଉଛନ୍ତି। ବିବାଦଟି ହେଲା ଓଡ଼ିଶାର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏକ ଜମି ଚୁକ୍ତିନାମାକୁ ନେଇ ଏକ ନୂତନ ବିବାଦରେ ଫସିଥିବା ପରି ମନେ ହେଉଛି। ଗତ ବର୍ଷ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରଠାରୁ, ସେ ଆଳୁ କିଣା କିମ୍ବା ଧାନ କିଣା ବିବାଦୀୟ ବୟାନ ଦେବା ପାଇଁ ଖବରରେ ଅଛନ୍ତି। ସମ୍ପ୍ରତି, ପାତ୍ର ଜଣେ ବ୍ୟକ୍ତିଙ୍କୁ ଜମି ଜାଲିଆତିରେ ଠକେଇ କରିଥିବା…

Read More