Author: Sarasinee Subudhi

କୁହାଯାଏ ପରିସ୍ଥିତି ଯେପରି ହେଉନା କାହିଁକି, ଯଦି ସାହସ ଓ ଆତ୍ମବିଶ୍ୱାସ ଥାଏ, ତେବେ ଲକ୍ଷ୍ୟ ନିଶ୍ଚିତ ହାସଲ ହୁଏ। ତେଜେନ୍ଦ୍ର କୁମାର ମେଘୱାଲଙ୍କ ଜୀବନ ଏହାର ଏକ ଜ୍ୱଳନ୍ତ ଉଦାହରଣ। ପିତା ଶ୍ୱାସରୋଗରେ ଆକ୍ରାନ୍ତ, ମାତା ମାନସିକ ରୂପେ ଅସୁସ୍ଥ, ଏବଂ ଘରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ—ଏପରି ପରିସ୍ଥିତିରେ ମଧ୍ୟ ତେଜେନ୍ଦ୍ର ହାର ମାନିନଥିଲେ। ତାଙ୍କ ଛୋଟ ଭାଇ ମୁଲ ଲାଗି ତାଙ୍କୁ ପଢ଼ାଇଥିଲେ, ଏବଂ ଆଜି ତେଜେନ୍ଦ୍ର ନୀଟ ପରୀକ୍ଷାରେ ଚୟନିତ ହୋଇ ଡାକ୍ତର ହେବାର ସ୍ୱପ୍ନ ପୂରଣ କରିଛନ୍ତି। ତେଜେନ୍ଦ୍ର ଅଲ ଇଣ୍ଡିଆ ସ୍ତରରେ ୭୩୭୮୮ତମ ରାଙ୍କ ଏବଂ ଏସସି ବର୍ଗରେ ୨୨୦୨ତମ ରାଙ୍କ ହାସଲ କରିଛନ୍ତି। ଅଭାବ ମଧ୍ୟରେ ସଂଘର୍ଷ ତେଜେନ୍ଦ୍ରଙ୍କ ଘରର ଅବସ୍ଥା ଏତେ ଖରାପ ଥିଲା ଯେ ଦୁଇ ବେଳା ଖାଦ୍ୟ ଯୋଗାଡ଼ କରିବା ମଧ୍ୟ କଷ୍ଟକର ଥିଲା। ରାଜସ୍ଥାନର ବାଡ଼ମେର ଜିଲ୍ଲାର ପୁରାଣା ଗାଁ, ବାୟତୁ ପଣଜୀ ନିବାସୀ ତେଜେନ୍ଦ୍ର…

Read More