Author: Sarasinee Subudhi

ଲାଦାଖରେ ସ୍ୱତନ୍ତ୍ର ରାଜ୍ୟପାହ୍ୟ ଦାବିରେ ହିଂସକ ପ୍ରଦର୍ଶନ ମଧ୍ୟରେ ସୋନମ୍ ୱାଙ୍ଗଚୁକଙ୍କୁ ବଡ଼ ଝଟକା ଲାଗିଛି। ତାଙ୍କ ଏନଜିଓର ଏଫସିଆରଏ ଲାଇସେନ୍ସ ବାତିଲ କରିଦିଆଯାଇଛି। ଯାହାର ଅର୍ଥ ହେଉଛି ତାଙ୍କ ଏନଜିଓକୁ ଆଉ ବିଦେଶୀ ଫଣ୍ଡିଂ ମିଳି ପାରିବ ନାହିଁ । ଆସନ୍ତୁ ଏହି ବାହାନାରେ ଜାଣିବା, ୱାଙ୍ଗଚୁକଙ୍କ ଏନଜିଓ କଣ କରେ, ଏନଜିଓର ଆରମ୍ଭ କେବେ ଓ କିପରି ହେଲା? ଏଫସିଆରଏ କଣ? କୌଣସି ଏନଜିଓକୁ ବିଦେଶୀ ଦାନ କେଉଁ ପରିସ୍ଥିତିରେ ନେଇ ପାରିବ ଓ ଏହାର ନିୟମ କଣ? ହିମାଲୟନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଅଲ୍ଟରନେଟିଭ୍ସ, ଲାଦାଖ୍ -ଏଚଆଇଏଏଲ୍ ସୋନମ୍ ୱାଙ୍ଗଚୁକ ୧୯୯୪ରେ ଷ୍ଟୁଡେଣ୍ଟ୍ସ୍ ଏଜ୍ୟୁକେସନାଲ୍ ଏଣ୍ଡ୍ କଲ୍ଚରାଲ୍ ମୁଭମେଣ୍ଟ୍ ଅଫ୍ ଲାଦାଖ୍ (ଏସ୍ଇସିଏମ୍ଓଏଲ୍)ର ସ୍ଥାପନା କରିଥିଲେ। ଏହାର ଉଦ୍ଦେଶ୍ୟ ଲାଦାଖରେ ଯୁବକମାନଙ୍କୁ ସ୍ଥାନୀୟ ଆବଶ୍ୟକତା ଓ ସଂସ୍କୃତି ସହିତ ଯୋଡ଼ି ପ୍ରାସଙ୍ଗିକ ଓ ବ୍ୟବହାରିକ ସିକ୍ଷା ଦେବା ଥିଲା। ପରେ ଏହି ଚିନ୍ତାଧାରାର ବିସ୍ତାର ଭାବେ ସେ ହିମାଲୟନ୍…

Read More