Author: Sarasinee Subudhi

ନିର୍ବାଚନ ରାଜନୀତିରେ ସଫଳ ହେବାକୁ ହେଲେ ସୁଭଦ୍ରା ରୂପୀ ମତଦାତାମାନଙ୍କୁ ନିଜ ପଟକୁ ଆଣିବାକୁ ରାଜ୍ୟର ଶାସକ ବିଜେପି ଓ ମୁଖ୍ୟ ବିରୋଧିଦଳ ବିଜେଡି ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଛି । ଦୁଇଟି ଯାକ ରାଜନୈତିକ ଦଳ ଗୋଟିଏ ଦିନରେ ପାଖାପାଖି ଜିଲ୍ଲାରେ ମହିଳାଙ୍କୁ ନେଇ ନିଜର ଶକ୍ତି ପ୍ରଦର୍ଶନ କରିବାପରେ ଏହା ସ୍ପଷ୍ଟ ହୋଇଛି । ବିଜେପି ତାହାର ବର୍ଷପୂର୍ତ୍ତି ଅବସରରେ ଗତ ଶୁକ୍ରବାର କଟକ ବାଲିଯାତ୍ରା ପଡ଼ିଆରେ କରିଥିଲା ନାରୀ ଶକ୍ତି ସମାବେଶ । ଏହି ସମାବେଶରେ ହଜାର ହଜାର ମହିଳା ଯୋଗ ଦେଇଥିଲେ । ସମାବେଶ ପଛର ମୁଖ୍ୟ କାରଣ ହେଲା ସୁଭଦ୍ରା ଯୋଜନାର ହିତାଧିକାରୀରୂପୀ ମତଦାତାମାନଙ୍କୁ ଏକାଠି କରି ନିଜ ପାଖରେ ରଖିବା । ସେହି ମତଦାତାମାନଙ୍କୁ ନେଇ ଆଗାମୀ ଦିନରେ କେଉଁଭଳି ନୂଆ ଯୋଜନା କରିହେବ ତାହାର ଖସଡ଼ା ପ୍ରସ୍ତୁତ କରିବା । ଏହି ସମାବେଶକୁ ସଫଳ କରିବାପାଇଁ ବିଜେପି ସବୁ ପ୍ରକାର…

Read More