Author: Sarasinee Subudhi

ନୂତନ ବିଜେପି ସଭାପତିଙ୍କୁ ଚୂଡ଼ାନ୍ତ କରାଯିବା ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ସେପ୍ଟେମ୍ବର ୫ ରୁ ୭ ପର୍ଯ୍ୟନ୍ତ ଯୋଧପୁରରେ ଏକ ତିନି ଦିନିଆ ସମନ୍ୱୟ ବୈଠକ କରିବ। ବୈଠକରେ ବିଜେପି ଦଳର ନୂତନ ସଭାପତିଙ୍କ ବିଷୟରେ ଆଲୋଚନା ହେବାର ସମ୍ଭାବନା ଅଛି। ଏହି ଉଚ୍ଚସ୍ତରୀୟ ବୈଠକରେ ଆରଏସଏସ ମୁଖ୍ୟ ମୋହନ ଭାଗବତ, ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବଲେ, ସହ ଯୁଗ୍ମ ସାଧାରଣ ସମ୍ପାଦକ ଏବଂ ସଂଯୋଜକଙ୍କ ସମେତ ଆରଏସଏସ ଜାତୀୟ କାର୍ଯ୍ୟକାରିଣୀ କମିଟିର ସମସ୍ତ ସଦସ୍ୟ ଯୋଗଦେବେ ବୋଲି ଜଣାପଡ଼ିଛି। ବୈଠକରେ ଆରଏସଏସର ସମସ୍ତ ଉପ-ସଂଗଠନର ମୁଖ୍ୟ ଏବଂ ଆରଏସଏସ ସଦସ୍ୟ ମଧ୍ୟ ଉପସ୍ଥିତ ରହିବେ। ଏହା ବ୍ୟତୀତ, ବିଜେପି, ଏବିଭିପି, ଭାରତୀୟ ମଜଦୁର ସଂଘ, ଭାରତୀୟ କିଷାନ ସଂଘ, ସ୍ୱଦେଶୀ ଜାଗରଣ ମଞ୍ଚ, ବନବାସୀ କଲ୍ୟାଣ ଏବଂ ସେବା ସମିତି ସମେତ ୩୨ଟି ସଂଗଠନର ପ୍ରତିନିଧି ବୈଠକରେ ଉପସ୍ଥିତ ରହିବେ। ବିଜେପି…

Read More