Author: Sarasinee Subudhi

ହଇଜାର ଚିହ୍ନଟ ମାମଲା ଏବଂ ଡାଇରିଆର ବଢ଼ୁଥିବା ପ୍ରକୋପ ଓଡ଼ିଶାରେ ଏକ ଜନସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି। ଯାହା ଅତି କମରେ ୧୧ ଜଣଙ୍କ ଜୀବନ ନେଇ ସରିଲାଣି ଏବଂ ୬୦୦ରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଛି, ମୁଖ୍ୟତଃ ଯାଜପୁର ଜିଲ୍ଲାରେ। ଭଦ୍ରକ ଏବଂ କେଉଁଝର ଜିଲ୍ଲାରେ ମଧ୍ୟ ଏହି ମାମଲା ଦେଖିବାକୁ ମିଳିଲାଣି,ସଂଗୃହୀତ ୪୧ଟି ଝାଡ଼ା ନମୁନାରୁ ୮ଟି କଲେରା ପଜିଟିଭ୍ ମିଳିଛି। ରାଜ୍ୟ ସରକାର ମଧ୍ୟ ସଂକ୍ରମଣର ଭୟ ମଧ୍ୟରେ ଜରୁରୀକାଳୀନ ପଦକ୍ଷେପକୁ ତୀବ୍ର କରିଛନ୍ତି। ଯାଜପୁରରେ ପ୍ରକୋପ ନେଲା ଅନେକଙ୍କ ଜୀବନ ରାଜ୍ୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସଙ୍କଟ ଦେଖାଦେଇଥିଲା, ସୋମବାର ଯେତେବେଳେ ଯାଜପୁର ଜିଲ୍ଲାରେ ଡାଇରିଆ ମାମଲା ଦେଖିବାକୁ ମିଳିଥିଲା। ଏଠାରେ ହଇଜା ରୋଗୀଙ୍କ ଏକ ଅସ୍ୱାଭାବିକ ବୃଦ୍ଧି ରିପୋର୍ଟ କରାଯାଇଥିଲା। ଗୁରୁବାର ସୁଦ୍ଧା, ଅତି କମରେ ଦୁଇ ଜଣଙ୍କ ମୃତ୍ୟୁ ଏବଂ ୫୦୦ ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛାଣ୍ଟି, ସର୍ବାଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ମଧ୍ୟରେ…

Read More