Author: Sarasinee Subudhi

ପୁଣି ବିଜେଡି ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଲାଣି, ଦଳ ବିରୋଧରେ ମୁହଁ ଖୋଲିଲେ ପୁରୁଖା ନେତା ତଥା ବିଧାୟକ । ଘସିପୁରାର ବିଧାୟକ ବଦ୍ରି ନାରାୟଣ ପାତ୍ର ନିଜ ଦଳର ଆଭ୍ୟନ୍ତରୀଣ କାର୍ଯ୍ୟକାରିତା ବିଷୟରେ ବିସ୍ଫୋରକ ମନ୍ତବ୍ୟ ଦେଇ ରାଜନୈତିକ ଝଡ଼ ସୃଷ୍ଟି କରିଛନ୍ତି। ପାତ୍ର ଅଭିଯୋଗ କରିଛନ୍ତି ଯେ ଦଳୀୟ ଦାୟିତ୍ୱରେ ଥିବା କିଛି ବ୍ୟକ୍ତି ସେମାନଙ୍କ ସୀମା ଅତିକ୍ରମ କରୁଛନ୍ତି, ଯାହା ଫଳରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ବୃଦ୍ଧି ପାଉଛି ଏବଂ ବିଜେଡି ସଂଗଠନ ଭିତରେ ଫାଟ ସୃଷ୍ଟି ହେଉଛି। ବଦ୍ରି ନାରାୟଣ ପାତ୍ର କହିଛନ୍ତି, ବର୍ତ୍ତମାନର ନେତୃତ୍ୱକୁ ସମାଲୋଚନା କରି କହିଛନ୍ତି ଯେ ଏହା ତୃଣମୂଳ ସ୍ତରର କର୍ମୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବାରେ ବିଫଳ ହୋଇଛି। “ଶ୍ରେଷ୍ଠ ନେତୃତ୍ୱ ବିଶ୍ୱାସ ସୃଷ୍ଟି କରିପାରି ନଥିବାରୁ ତୃଣମୂଳ ସ୍ତରର ଲୋକମାନେ ଦଳ (ବିଜେଡି) ଛାଡ଼ୁଛନ୍ତି “। ବିଜେଡି ବରିଷ୍ଠ ନେତା ଜନଭାବନା ବୁଝିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ…

Read More