Author: Sarasinee Subudhi

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲାଗୁ ହୋଇଥିବା ୫୦ ପ୍ରତିଶତ ଶୁଳ୍କକୁ ବିରୋଧ କରି ପଞ୍ଜାବର ଲଭଲି ପ୍ରଫେସନାଲ ୟୁନିଭର୍ସିଟି ଏକ ବଡ଼ ନିଷ୍ପତ୍ତି ନେଇଛି। ବିଶ୍ୱବିଦ୍ୟାଳୟ ପରିସରରେ ଆମେରିକୀୟ ପାନୀୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ନିଷ୍ପତ୍ତି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଭାଇସ-ଚାନ୍ସେଲର ଏବଂ ରାଜ୍ୟସଭା ସାଂସଦ ଡକ୍ଟର ଅଶୋକ କୁମାର ମିତ୍ତଲ ନିଜେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଏବଂ ସମସ୍ତ ଛାତ୍ର ଅଗଷ୍ଟ ୧୫ ତାରିଖରେ ନିଷ୍ପତ୍ତି ନେଇଥିଲେ ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୨୭ ତାରିଖରୁ ଶୁଳ୍କ ଲାଗୁ କରନ୍ତି, ତେବେ ଲଭଲି ପ୍ରଫେସନାଲ ୟୁନିଭର୍ସିଟିରେ ଆମେରିକୀୟ ପାନୀୟ ଉପରେ ପ୍ରତିବନ୍ଧକ ଲଗାଯିବ। ମିତ୍ତଲ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି। ସେ ତାଙ୍କ ଫେସବୁକ୍ ପୃଷ୍ଠାରେ ଏ ସମ୍ପର୍କିତ ଏକ ଭିଡିଓ ସେୟାର କରିଛନ୍ତି। ଏଲପିୟୁରେ ୪୦ ହଜାରରୁ ଅଧିକ ଛାତ୍ର…

Read More