Author: Sarasinee Subudhi

ପାଖେଇ ଆସୁଛି ପାର୍ବଣ, ପୂଜା କମିଟି ଯେତିକି ଚଳ ଚଞ୍ଚଳ ହୋଇଛନ୍ତି ପୋଲିସ ପ୍ରଶାସନ ସେତିକି ସତର୍କ ହୋଇଛନ୍ତି। କମିଶନରେଟ୍ ପୋଲିସ ସୋମବାର ଦିନ ଦୁର୍ଗା ପୂଜା ଉତ୍ସବ ସମୟରେ ଭସାଣି ପାଇଁ ଡିଜେ ସଙ୍ଗୀତ, ଲେଜର ଲାଇଟ୍ ଏବଂ ଆତସବାଜି ବ୍ୟବହାର ଉପରେ କଡ଼ା କଟକଣା ଜାରି କରିଛି। ଭସାଣି ବେଳେ ବାଜିବନି ଡିଜେ,କେବଳ ପାରମ୍ପରିକ ବାଜାରେ ହେବ ଭସାଣି। ଦୁର୍ଗା ପୂଜା ପ୍ରସ୍ତୁତି ନେଇ ପୋଲିସ ସେବା ଭବନରେ ବସିଥିବା ବୈଠକରେରେ ଏହି ନିଷ୍ପତ୍ତି ନିଆଯାଇଛି। କଟକ ଏବଂ ଭୁବନେଶ୍ୱର ଦ୍ୱୈତ ନଗରୀରେ ଉତ୍ସବ ସମୟରେ ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ଭଳି କଠୋର ନିୟମ କାର୍ଯ୍ୟକାରୀ କରିବାକୁ ପଡିବ। ବିସର୍ଜନ ସମୟରେ ଡିଜେ, ଲେଜର ଲାଇଟ୍ ବ୍ୟବହାର ଏବଂ ଆତସବାଜି ଫୁଟାଇବା ସମ୍ପୂର୍ଣ୍ଣ ନିଷେଧ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହି ନିଷ୍ପତ୍ତିର ଲକ୍ଷ୍ୟ ରୀତିନୀତିର ପବିତ୍ରତା ବଜାୟ ରଖିବା ଏବଂ…

Read More