Author: Sarasinee Subudhi

ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଦୌଡ଼ରେ ନେପାଳ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କୀଙ୍କ ନାମ ଥିଲା । ଏବେ କିନ୍ତୁ ଶୁଣିବାକୁ ମିଳୁଛି ଯେ, ତାଙ୍କ ନାମକୁ ନେଇ ସହମତି ହୋଇ ପାରୁନାହିଁ । ଅବଶ୍ୟ ଏହା ଅଲଗା କଥା ଯେ, ବୁଧବାର ଦିନ ଦୀର୍ଘ ୧୮ ଘଣ୍ଟା ନେପାଳ ସେନାମୁଖ୍ୟ ତାଙ୍କୁ ମନାଇବାକୁ ଉଦ୍ୟମ କରୁଥିଲେ। ଏବେ ପୂର୍ବତନ ପ୍ରଶାସକ କୁଲମନ ଘିସିଂଙ୍କ ନାମ ସାମ୍ନାକୁ ଆସୁଛି । କାର୍କୀ କି ଘିସିଂ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବେ ତାହା ସମୟ କହିବ,କିନ୍ତୁ କାର୍କୀଙ୍କ ପରିବାରର ଗଣତନ୍ତ୍ର ପ୍ରତି ସମର୍ପଣ ଭାବରେ କୌଣସି ସନ୍ଦେହ ନାହିଁ । କାର୍କୀଙ୍କ ସ୍ୱାମୀ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଭାରତୀୟ ଜେଲରେ ଦୀର୍ଘ ୪୦ ବର୍ଷ ରହିଥିଲେ । ରାଜନୀତିରୁ ନ୍ୟାୟାଳୟ ସୁଶୀଳା କାର୍କୀ ନେପାଳର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଥିଲେ। ସେ ୧୧ ଜୁଲାଇ ୨୦୧୬ରେ ଏହି ପଦ…

Read More