Author: Sarasinee Subudhi

ଗ୍ରାମର ନାମ ପୁରୁଷୋତ୍ତମପୁର। କଟକ ଜିଲ୍ଲାର ଉତ୍ତର-ପୂର୍ବ ଦିଗରେ ମାତ୍ର ଦଶ କିଲୋମିଟର ଦୂରରେ। ଛୋଟ ଗାଆଁଟିଏ। ଇତିହାସ କି ଭୂଗୋଳରେ ନାଆଁ ନ ଥିଲା । ଏ ଗାଁର ନା ଥିଲା ଧନବଳ, ନା ଥିଲା ଜନବଳ, ନା ଥିଲା କିଛି। ବିଲ ଗହିରୀ ଭିତରେ ଆମ୍ବତୋଟା, ବାଉଁଶ ବଣ, କିଆ ଗୋହିରି ଘେରା ଛାୟା ନିବିଡ଼ ଗୋଟିଏ ଦ୍ବୀପ ପରି ଦୂରରୁ ଦେଖାଯାଏ। ଗାଆଁ ବରଗଛ ମୂଳେ ଗାଆଁ ମୂରବିମାନେ ଗର୍ବରେ କୁହନ୍ତି, ରାଜା ପୁରୁଷୋତ୍ତମ ଦେବ ଗ୍ରାମଟି ସ୍ଥାପନ କରିଥିଲେ, ତେଣୁ ଗ୍ରାମଟିର ନାମ ପୁରୁଷୋତ୍ତମପୁର । ତା’ ପାଖ ଗାଆଁଟି ପାଟରାଣୀ ସତ୍ୟଭାମା ଦେବୀଙ୍କ ନାମରେ ସତ୍ୟଭାମାପୁର। ସତ୍ୟଭାମାପୁର ମାଟିରେ ଜନ୍ମନେଇଥିଲେ କୁଳବୃଦ୍ଧ ମଧୁସୂଦନ ଦାସ, ଔପନ୍ୟାସିକ ଗୋପାଳ ବଲ୍ଲଭ ଦାସ ଓ ନାଟ୍ୟକାର ଭଞ୍ଜକିଶୋର ପଟ୍ଟନାୟକ। ୧୯୨୨ ମସିହା ଜୁନ୍ ୨୧ ଆଷାଢ଼ କୃଷ୍ଣପକ୍ଷ ଦଶମୀ ଗୁରୁବାର ଦିନ ଜନ୍ମ ନେଇଥିଲେ ମୋ ଗଳ୍ପର…

Read More