Author: Sarasinee Subudhi

ଯାହା ଭୟ ଥିଲା ତହାହିଁ ହେଉଛି। ଅର୍ଥାତ୍‍ ପାଣ୍ଡିଆନ ବିରୋଧୀ ନେତାମାନଙ୍କୁ ବିଜେଡିରୁ ପର୍ଯ୍ୟାୟକ୍ରମେ ବିଦା କରାଯିବ ବୋଲି ରାଜନୀତିକ ମହଲରେ ଯେଉଁ ଆଲୋଚନା ହେଉଥିଲା ତାହା ଏବେ ସତ୍ୟରେ ପରିଣତ ହୋଇଛି। ଓଡ଼ିଶାର ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟରେ, ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ଏବଂ ସ୍ଥିର ରାଜନୈତିକ ଶକ୍ତି ଭାବରେ ଦେଖାଯାଉଥିବା ବିଜୁ ଜନତା ଦଳ (ବିଜେଡି) ଅନିଶ୍ଚିତତା ଏବଂ ଅସ୍ଥିରତାର ଏକ ପର୍ଯ୍ୟାୟରେ ପ୍ରବେଶ କରୁଥିବା ପରି ମନେ ହେଉଛି। ସାମ୍ପ୍ରତିକ ଘଟଣାକ୍ରମ ସୂଚାଇ ଦେଉଛି ଯେ ଦଳ ଭିତରେ ବିଲୟ ଏବଂ ବିଚ୍ଛିନ୍ନତାର ଏକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ଯାହା ରାଜ୍ୟ ରାଜନୀତିରେ ଏହାର ଦୀର୍ଘକାଳୀନ ବଞ୍ଚିବା ଏବଂ ପ୍ରାସଙ୍ଗିକତା ଉପରେ ପ୍ରଶ୍ନ ଉଠାଇଛି। ପ୍ରଫୁଲ ମଲ୍ଲିକଙ୍କ ବହିଷ୍କାର ଏହି ସଙ୍କଟର ସବୁଠାରୁ ସଦ୍ୟତମ ଘଟଣା ହେଉଛି ବରିଷ୍ଠ ନେତା ପ୍ରଫୁଲ ମଲ୍ଲିକଙ୍କୁ ବିଜେଡିରୁ ବହିଷ୍କାର କରିବା। ପ୍ରଭାବଶାଳୀ ବ୍ୟୁରୋକ୍ରାଟରୁ ନବୀନ ପଟ୍ଟନାୟକଙ୍କ ସେବକ ପାଲଟିଥିବା ଭି.କେ. ପାଣ୍ଡିଆନଙ୍କୁ…

Read More