Author: Sarasinee Subudhi

ଭାରତର ଗୋଟିଏ ପରେ ଗୋଟିଏ ପଡ଼ୋଶୀ ରାଷ୍ଟ୍ରର ସରକାର ଭୁଶୁଡିବାରେ ଲାଗିଛି। ପ୍ରଥମେ ଶ୍ରୀଲଙ୍କା, ପରେ ପାକିସ୍ତାନ, ବାଂଲାଦେଶ ଏବଂ ଏବେ ନେପାଳରେ ସମାନ ସ୍ଥିତି ରହିଛି। ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି କାମଚଳା ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଭାରତ ସରକାର ଏଠାକାର ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି। ଏହି ଦେଶ ସହ ଭାରତର ‘ରୋଟି-ବେଟି’ ସମ୍ପର୍କ ପରି। ଭାରତ ଏହି ଦେଶକୁ ପେଟ୍ରୋଲ ଏବଂ ଡିଜେଲ ଯୋଗାଣ କରୁଛି। ଉଭୟ ଦେଶ ମଧ୍ୟରେ ଖୋଲା ସୀମା ରହିଛି। ବିନା ଦ୍ବିଧାରେ ଲୋକେ ପରସ୍ପରର ଅଞ୍ଚଳକୁ ଯାଉଛନ୍ତି। କିନ୍ତୁ ଜେନ୍‌-ଜି ଆନ୍ଦୋଳନ ଯୋଗୁଁ ଭାରତ ସୀମା ବନ୍ଦ କରିଦେଇଛି। ରିପୋର୍ଟ ଅନୁଯାୟୀ ୩୫ ଲକ୍ଷ ନେପାଳୀ ଭାରତରେ କାମ କରୁଛନ୍ତି କିମ୍ବା ରହୁଛନ୍ତି। ନେପାଳର ୩୨ ହଜାର ଗୋରଖା ସୈନିକ ଭାରତୀୟ ସେନାରେ ମୁତୟନ ଅଛନ୍ତି। ଏଥିପାଇଁ ଏକ ସ୍ବତନ୍ତ୍ର ଚୁକ୍ତି ହୋଇଛି। ଏହା ସହିତ ଭାରତ ଏବଂ…

Read More