Author: Sarasinee Subudhi

ବ୍ରିଟେନରେ ଗତ କେଇ ବର୍ଷ ମଧ୍ୟରେ ହୋଇଥିବା ସବୁଠାରୁ ବଡ଼ ପ୍ରବାସୀ ବିରୋଧୀ ପ୍ରଦର୍ଶନ ଶନିବାର ଦିନ ରାଜଧାନୀ ଲଣ୍ଡନକୁ ଚମକାଇ ଦେଇଛି । ଯୁନିଅନ ଜ୍ୟାକ ଏବଂ ସେଣ୍ଟ ଜର୍ଜ ପତାକା ସହ ପ୍ରାୟ ୧.୫ ଲକ୍ଷ ଲୋକ ଲଣ୍ଡନର ରାସ୍ତାକୁ ଓହ୍ଲାଇଥିଲେ। ସେମାନେ କୀର ଷ୍ଟାର୍ମରଙ୍କ ସରକାର ବିରୁଦ୍ଧରେ ନାରା ଦେଉଥିଲେ। ସେମାନଙ୍କ ହାତରେ ପ୍ରବାସୀ ବିରୋଧୀ ସ୍ଲୋଗାନ ଲେଖା ବୋର୍ଡ୍ ଥିଲା, ଯେଉଁଥିରେ ଲେଖାଥିଲା- ସେଣ୍ଡ ଦେମ ହୋମ-ସେମାନଙ୍କୁ ଘରକୁ ପଠାଅ। ଏହି ସମୟରେ ପ୍ରଦର୍ଶନକାରୀ ଏବଂ ପୁଲିସ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଥିଲା, ଯେଉଁଥିରେ ଅନେକ ଅଧିକାରୀ ଆହତ ହୋଇଥିଲେ। ଲଣ୍ଡନରେ ଏହି ବଡ଼ ବିରୋଧ ପ୍ରଦର୍ଶନ ମଧ୍ୟରେ ଗୋଟିଏ ନାମ ପୁଣି ଚର୍ଚ୍ଚା ଭିତରକୁ ଆସିଛି । ସେହି ବ୍ୟକ୍ତି ହେଉଛନ୍ତି ଟମି ରବିନସନ। ଏଲନ ମସ୍କ ବି ରାଲିକୁ ସମ୍ବୋଧିତ କରିଥିଲେ ! ଯୁନାଇଟ ଦ କିଙ୍ଗଡମ ନାମରେ ଏହି ବିରୋଧ ପ୍ରଦର୍ଶନର…

Read More