Author: Anasuya Das

ଏପର୍ଯ୍ୟନ୍ତ ଟଳିଲେଣି ୨୫୭ ଛତିଶଗଡ଼ରେ ପୁଣି ହୋଇଛି ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୦ ଜଣ ମାଓବାଦୀ। ଶୁକ୍ରବାର ଭୋର ସମୟରେ ଘଟିଛି ଏହି ଘଟଣା। ଆଜି ସକାଳେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ। ଛତିଶଗଡ଼ର ସୁକମା ଜିଲ୍ଲା ଭେଜ୍ଜି ଥାନା ଅନ୍ତର୍ଗତ ଭଣ୍ଡାରପଦର ଜଙ୍ଗଲରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ମାଓବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ।  ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାସହିତ ଘଟଣାସ୍ଥଳରୁ ବହୁ ମାରଣାସ୍ତ୍ର, ମାଓ ସାମଗ୍ରୀ ଜବତ ହୋଇଛି।  ବସ୍ତର ରେଞ୍ଜ ଆଇଜି ପି.ସୁନ୍ଦରରାଜଙ୍କ କହିଛନ୍ତି ଯେ, ଭେଜ୍ଜି ଥାନା ଅଧୀନରେ ଥିବା ଏକ ଜଙ୍ଗଲରେ ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଏକ ମିଳିତ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଗୁଳିବିନିମୟ ହୋଇଥିଲା। କୋରାଜଗୁଡା, ଦାନ୍ତେସପୁରମ, ନାଗରାମ ଓ ଭଣ୍ଡାରପଦର ଗ୍ରାମର ଜଙ୍ଗଲପାହାଡ଼ରେ ନକ୍ସଲଙ୍କ…

Read More