Author: Anasuya Das

୨୮୮ ଆସନ ମଧ୍ୟରୁ ୨୨୩ରେ ଆଗୁଆ ଶାସକ ମହାଯୁତି ମହାରାଷ୍ଟ୍ରରେ ବିଜେପି ଝଡ଼। ଏଥର ପୁଣି ମହାରାଷ୍ଟ୍ରରେ ମହାଯୁତି ସରକାର। ବଡ଼ବିଜୟ ଅଭିମୁଖେ ବଢ଼ି ଚାଲିଛି ମହାଯୁତି।ମହାରାଷ୍ଟ୍ରବିଧାନସଭା ନିର୍ବାଚନର ଚାଲିଥିବା ଭୋଟ୍‌ ଗଣତିରୁ ଏଭିଳି କିଛି ଟ୍ରେଣ୍ଡ ସାମ୍ନାକୁ ଆସିଛି। ବର୍ତ୍ତମାନ ଆସୁଥିବା ଟ୍ରେଣ୍ଡ ଅନୁସାରେ ମହାବିକାଶ ଅଘାଡିକୁ ବହୁ ପଛରେ ପକାଇଛି ମହାଯୁତି । ବହୁମତକୁ ପାର୍ କରିଛି ମହାଯୁତି ମେଣ୍ଟ। ବିଜେପି ନେତୃତ୍ୱାଧୀନ ଏହି ମେଣ୍ଟ ମ୍ୟାଜିକ୍ ନମ୍ବରକୁ ପାର୍ କରିଛି। ମିଡିଆ ରିପୋର୍ଟ ଅନୁଯାୟୀ ୨୮୮ ଆସନ ମଧ୍ୟରୁ ୨୨୩ଟିରେ ଶାସକ ମହାଯୁତି ଆଗୁଆ ରହିଛି। କେବଳ ଭାରତୀୟ ଜନତା ପାର୍ଟି ୧୨୮ ଟି ଆସନରେ ଆଗୁଆ ରହିଛି। ସେହିପରି ୫୫ ଟି ଆସନରେ ସିନ୍ଦେ ସେନା ଏବଂ ଅଜିତ ପାୱାରଙ୍କ ଏନସିପି ୩୫ ଟି ସିଟରେ ଆଗୁଆ ରହିଛି। ଅନ୍ୟପଟେ ବିରୋଧୀଙ୍କ ମହାବିକାଶ ଅଘାଡି ମେଣ୍ଟ ୫୭ଟି ଆସନରେ ଆଗୁଆ ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ…

Read More